Below header

ଡିଭାଇଡର ଉପରେ ଚଢ଼ିଗଲା ବସ୍, ୧୦ ଆହତ

ଡିଭାଇଡର ଉପରେ ଚଢ଼ିଗଲା ବସ୍, ୧୦ ଆହତ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର ଚୁଡାଖିଆ ଛକ ନିକଟରେ ଦୁର୍ଘଟଣା ଘଟିଛି। ବସଟି ଏକ ହାଇୱାକୁ ଅତିକ୍ରମ କରୁଥିବାବେଳେ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢିଯାଇଥିଲା। ଫଳରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଯାଜପୁର (କେନ୍ୟୁଜ): ଡିଭାଇଡର ଉପରେ ଚଢ଼ିଗଲା ବସ୍, ୧୦ ଆହତ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର ଚୁଡାଖିଆ ଛକ ନିକଟରେ ଦୁର୍ଘଟଣା ଘଟିଛି। ବସଟି ଏକ ହାଇୱାକୁ ଅତିକ୍ରମ କରୁଥିବାବେଳେ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢିଯାଇଥିଲା। ଫଳରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଖବର ଅନୁଯାୟୀ, ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ସାରୋଇ ଛକ ନିକଟରେ ହାଇୱା ଗାଡିକୁ ପଛପଟୁ ଧକ୍କା ଦେଇ ଭାରସାମ୍ୟ ହରାଇ ଡିଭାଇଡର ଉପରେ ବସ୍ ଚଢି ଯାଇଥିଲା । ଭୁବନେଶ୍ଵରରୁ ଏକ ଘରୋଇ ବସ ୪୦ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ବାଲେଶ୍ବର ଅଭିମୁଖେ ଯାଉଥିବା ବେଳେ ଦିନ ପ୍ରାୟ ୧୨ଟା ସମୟରେ ଦୁର୍ଘଟଣା ଘଟିଛି ।ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ଧର୍ମଶାଳା ଓ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଂଚି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.