Below header

ବୌଦ୍ଧ ଖୁଣ୍ଟବନ୍ଧ ନିକଟରେ ଇଲେକ୍ଟ୍ରି ପୋଲରେ ପିଟି ହୋଇ ଓଲଟିଲା ମୁନଲାଇଟ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ବୌଦ୍ଧ : ପୁଣି ଓଲଟିଲା ଯାତ୍ରୀ ବାହୀ ବସ୍‌ । ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ । ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ନିକଟରେ ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି ।

ଭୋର ସମୟରେ ମୁନଲାଇଟ୍‌ ନାମକ ଏକ ଯାତ୍ରୀବାହୀ ବସ୍‌ ଭବାନୀପାଟଣାରୁ ଭୁବନେଶ୍ୱର ଯାଉଥିବା ବେଳେ ଭାରସାମ୍ୟ ହରାଇ ଖୁଣ୍ଟବନ୍ଧ ନିକଟରେ ଇଲେକ୍ଟ୍ରି ପୋଲରେ ପିଟି ହୋଇ ଓଲଟି ପଡିଥିଲା । ଖବର ପାଇ ବୌଦ୍ଧ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.