ହ୍ବାଟସଆପ୍ ଏବଂ ସିଗନାଲକୁ ପଛରେ ପକାଇଲା Telegram, ସମଗ୍ର ବିଶ୍ବରେ ସବୁଠାରୁ ଅଧିକ ହୋଇଛି ଡାଉନଲୋଡ

ନଂ ୧ ଇନଷ୍ଟାଣ୍ଟ ମେସେଜିଂ ଆପ୍ ଦୌଡ଼ରେ ପଛରେ ପଡିଯାଇଛି ହ୍ବାଟସଆପ୍ ଏବଂ ସିଗନାଲ। ଏମାନଙ୍କୁ ପଛରେ ପକାଇ ଟେଲିଗ୍ରାମ ନମ୍ବର ୧ ସାଜିଛି। ୨୦୨୧ ଇନଷ୍ଟାଣ୍ଟ ମେସେଜିଂ ଆପ୍ ଟେଲିଗ୍ରାମ ପାଇଁ ବହୁତ ଭଲ ରହିଛି। ଟେଲିଗ୍ରାମ ସବୁଠାରୁ ଅଧିକ ଡାଉନଲୋଡ଼ ହୋଇଥିବା ଆପ ହୋଇଛି। ଟିକଟକ୍, ଫେସବୁକ୍, ହ୍ୱାଟ୍ସଆପକୁ ପଛରେ ପକାଇ ଆଗରେ ଅଛି ଟେଲିଗ୍ରାମ। ଜାନୁଆରୀରେ ସର୍ବାଧିକ ୬.୩ କୋଟିରୁ ଅଧିକ ଡାଉନଲୋଡ଼ ହୋଇଛି ଟେଲିଗ୍ରାମ। ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀକୁ ନେଇ ହୋଇଥିବା ବିବାଦ ଯୋଗୁଁ ଟେଲିଗ୍ରାମ ଅଧିକ ଡାଉନଲୋଡ଼ ହୋଇଛି ବୋଲି କୁହାଯାଉଛି। ଯାହାଫଳରେ କମ୍ପାନୀର ବହୁତ ଲାଭ ହୋଇଛି।

ଡାଟା ଏନାଲିଟିକ୍ସ ଫର୍ମ ସେନ୍ସର ଟାୱାର ଦ୍ୱାରା ଜାରି ଲାଟେଷ୍ଟ ଡାଟା ଅନୁସାରେ, ୨୦୨୦ ଜାନୁଆରୀ ତୁଳନାରେ ୨୦୨୧ ଜାନୁଆରୀରେ ୩.୮ ଗୁଣ ଅଧିକ ପାଖାପାଖି ୬.୨ କୋଟି ଥର ଇନଷ୍ଟଲ୍ କରାଯାଇଛି। ଟେଲିଗ୍ରାମ ୟୁଜର୍ସ ସବୁଠାରୁ ଅଧିକ ଭାରତୀୟ। ୬.୩ କୋଟି ମଧ୍ୟରୁ ଭାରତୀୟ ୨୪ ପ୍ରତିଶତ ଅଛନ୍ତି। ଏହାପରେ ଇଣ୍ଡୋନେସିଆର ୧୦ ପ୍ରତିଶତ ୟୁଜର୍ସ ଅଛନ୍ତି। ଏହାପରେ ବ୍ୟାନ ହୋଇଥିବା ଟିକଟକ ଭାରତରେ ଇନଷ୍ଟଲ ହୋଇଛି। ଭାରତରେ ବ୍ୟାନ୍ ହୋଇଥିବା ସତ୍ତ୍ୱେ ଏବଂ ଆମେରିକା-ପାକିସ୍ତାନ ବିବାଦ ପରେ ଦୁନିଆରେ ସବୁଠାରୁ ଅଧିକ ଡାଉନଲୋଡ଼ ହୋଇଥିବା ଦ୍ୱିତୀୟ ଆପ୍ ଟିକଟକ।

telegram

ସେନ୍ସର ଟାୱାର ରିପୋର୍ଟ ଅନୁଯାୟୀ, ସବୁଠାରୁ ଅଧିକ ଡାଉନଲୋଡ଼ ଟେଲିଗ୍ରାମ ହୋଇଛି। ଏହାପରେ ଟିକଟକ୍ ଓ ତୃତୀୟାରେ ସିଗନାଲ୍ ଆପ୍ ଡାଉନଲୋଡ଼ ହୋଇଛି। ଚତୁର୍ଥରେ ଫେସବୁକ୍ ଓ ପଞ୍ଚମରେ ହ୍ୱାଟ୍ସଆପ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.