ସର୍ଚ୍ଚ ଅପରେସନ ବେଳେ ପଣ୍ଡ ହେଲା ମାଓବାଦୀଙ୍କ ଯୋଜନା, ଛତିଶଗଡ଼ ପାଲମପାଲି ଜଙ୍ଗଲରେ ଠାବ ହେଲା ୩୯ଟି ସ୍ପାଇକ୍‌ ହୋଲ୍

ମାଲକାନଗିରି: ପଣ୍ଡ ହେଲା ମାଓବାଦୀଙ୍କ ଯୋଜନା। ଠାବ ହେଲା ସ୍ପାଇକ୍‌ ହୋଲ୍‌। ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ଷଡଯନ୍ତ୍ରକୁ ଠାବ କଲେ CRPF ଜବାନ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ପାଲମପାଲି ଜଙ୍ଗଲରେ ମାଓବାଦୀଙ୍କ ୩୯ଟି ସ୍ପାଇକ ହୋଲ ଠାବ ହୋଇଛି। ସୁରକ୍ଷା କର୍ମୀମାନେ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନରେ ଯିବାବେଳେ ଏହି ସ୍ପାଇକ ହୋଲରେ ଫସେଇବା ପାଇଁ ଯୋଜନା କରିଥିଲେ ମାଓବାଦୀ।

ଏହି ହୋଲ ଭିତରେ ପଡିଲେ ଜୀବନ ହାନି ହେବା ସୁନିଶ୍ଚିତ। କାରଣ ଏହି ସ୍ପାଇକ ହୋଲ ଭିତରେ ତୀକ୍ଷ୍ଣ ଲୁହା ରଡ଼, ଲୁହା କଣ୍ଟା, କାଚ ଏଭଳି ମାରାତ୍ମକ ଜିନିଷ ଭର୍ତ୍ତି କରି ଷଡ଼ଯନ୍ତ୍ର ରଚିଥାନ୍ତି ମାଓବାଦୀ। ପୂର୍ବରୁ ଏଭଳି ହୋଲ ଭିତରେ ପଡି ଅନେକ ଜବାନ ସହିଦ ହୋଇଛନ୍ତି। ସାଧରଣ ଲୋକ ମଧ୍ୟ ଜଙ୍ଗଲ କୁ ଯିବାବେଳେ ଏହା ଭିତରେ ପଡି ପ୍ରାଣ ଯାଇଛି। ବର୍ତ୍ତମାନ ସୁରକ୍ଷା ଜବାନ ପକ୍ଷରୁ ସର୍ଚ୍ଚ ଅପରେସନ କୁ ଜୋରଦାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.