ଖୋଲିଲା ନବମ ଓ ଏକାଦଶ ଶ୍ରେଣୀ: ପ୍ରତିଦିନ ସକାଳ ସାଢେ ୮ଟାରୁ ସାଢେ ୧୦ଟା ଯାଏ ହେବ କ୍ଲାସ୍ , ଏପ୍ରିଲ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା

ଭୁବନେଶ୍ବର: ଖୋଲିଲା ନବମ ଓ ଏକାଦଶ ଶ୍ରେଣୀ । ସକାଳ ସାଢେ ୮ଟାରୁ ଦିନ ସାଢେ ୧୦ଟା ପର୍ଯ୍ୟନ୍ତ କ୍ଲାସ ହେବ । ପ୍ରତ୍ୟେକ ଦିନ ତିନିଟି ପିରିୟଡ଼ରେ ପାଠପଢା ହେବ । ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ରବିବାର ନବମ ଓ ଏକାଦଶ ପାଠପଢା ହେବ ନାହିଁ । ନବମ ଓ ଏକାଦଶ ଶ୍ରେୀଣୀରେ କୌଣସି ମଦ୍ୟାହ୍ନ ଭୋଜନ ବିରତି ରହିବ ନାହିଁ । ସ୍କୁଲ ଆରମ୍ଭ ହେବାର ୩୦ ମିନିଟ୍‌ ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀ ରିପୋର୍ଟିଂ କରିବେ ।

ବିଜ୍ଞାନ, ଗଣିତ, ଇଂରାଜୀ ଆଦି ବିଷୟବସ୍ତୁ ଉପରେ ଗୁରୁତ୍ୱ ଦିଆଯିବ । ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ୟୁନିଟ୍‌ ଟେଷ୍ଟ ହେବ । ଏପ୍ରିଲ ଶେଷ ସପ୍ତାହରେ ବାର୍ଷିକ କ୍ଲାସ ପରୀକ୍ଷା କରାଯିବ । ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଥିବା ବେଳେ ଏବେ ନବମ ଓ ଏକାଦଶ ଶ୍ରେଣୀ ଖୋଲିଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନରେ ଥିବା ବିଦ୍ୟାଳୟରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ପାଠପଢା ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି। ବିଭାଗ ଅଧୀନରେ ଥିବା ହଷ୍ଟେଲ ଗୁଡିକ ମଧ୍ୟ ଆଜିଠାରୁ ଖୋଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.