Below header

କରୋନା ପାଇଁ ବନ୍ଦ ହେଲା ଯାଜପୁରରୁ କୋଲ୍‌କାତା ଓ ରାଉରକେଲା ବସ୍‌ ସେବା

ଯାଜପୁର ଟାଉନ୍‌(କେନ୍ୟୁଜ୍‌) : ଯାଜପୁର ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ଏଠାରୁ କୋଲ୍‌କାତା ଓ ରାଉରକେଲାକୁ ଯାତାୟତ କରୁଥିବା ବସ୍‌ ସେବାକୁ ଆଜି (ମଙ୍ଗଳବାର) ଠାରୁ ବନ୍ଦ କରାଯାଇଛି । ଏ ନେଇ ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ମଙ୍ଗଳବାର ଠାରୁ ପରବର୍ତ୍ତୀ ଆଦେଶ ଯାଏ ଉପୋରକ୍ତ ସ୍ଥାନଗୁଡ଼ିକୁ ଯାଜପୁର ଅଞ୍ଚଳରୁ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.