ଚୀନ୍‌ର ଚାଲ୍‌ବାଜି : ଜଣାପଡ଼ିଲା ଚୀନ୍‌ର ଭୁତଳ ମିସାଇଲ୍‌ ଷ୍ଟୋରେଜ୍‌ ଫେସିଲିଟ, ଲେହ ଠାରୁ ୨୫୦ କି.ମି ଦୂରରେ କେନ୍ଦ୍ର

ନୂଆଦିଲ୍ଲୀ : ଚୀନ୍‌ ତା’ର ଭୟଙ୍କର ମିସାଇଲ୍‌ ଷ୍ଟୋରେଜ୍‌ (ଶସ୍ତ୍ରାଗାର)  ଫେସିଲିଟିକୁ ମାଟି ତଳେ ଲୁଚାଇ ରଖିଛି ବୋଲି ଏକ ବିଶ୍ୱସନୀୟ ସୂତ୍ରରୁ ଜଣାପଡ଼ିଛି । ଏହାର ସାଟେଲାଇଟ୍‌ ଫଟୋ ମଧ୍ୟ ନଜରକୁ ଆସିଛି । ବିଶେଷ କରି ଏଡି ଅଣ୍ଡର ଗ୍ରାଉଣ୍ଡ ମିସାଇଲ୍‌ ଷ୍ଟୋରେଜ୍‌ ରହିଛି ଲେହ ଠାରୁ ମାତ୍ର ୨୫୦ କି.ମି ଦୂରରେ ।

ଚୀନ୍‌ର ମାଟି ତଳେ ଲୁଚା ଯାଇଥିବା ଏହି ଶସ୍ତ୍ରାଗାର ଏକ ବଡ଼ ବିପଦ ପାଲଟିଛି । ଏହି ଶସ୍ତ୍ରାଗାର ଦକ୍ଷିଣ ଶିନ୍‌ଜିଆଙ୍ଗ୍‌ ମିଲିଟାରୀ ଡିଷ୍ଟ୍ରିକ୍ଟ ନିକଟରେ ୧୯୫୦ ମସିହାରେ ସ୍ଥାପିତ କରାଯାଇଥିଲା । ଏହାକୁ ସୈଦୁଲ୍ଲାହ ମିଲିଟାରୀ ଟ୍ରେନିଙ୍ଗ ଏରିଆ ନାମରେ ମଧ୍ୟ ଜଣାଶୁଣା ।

ଏହି ଅଣ୍ଡରଗ୍ରାଉଣ୍ଡ ଶସ୍ତ୍ରାଗାର ପିଏଲ୍‌ଏ ପାଇଁ ଅତ୍ୟନ୍ତ ସତର୍କତା ଅବଲମ୍ବନର କଥା । କାରଣ କାରାକୋରମ୍‌ ପାହାଡକୁ ଖୋଳି ଭୂମି ତଳେ କରାଯାଇଥିବା ଏହି ମିସାଇଇ ଶସ୍ତ୍ରାଗାର ତିବତ୍‌ କୁ ସିନ୍‌ଜିଅଙ୍ଗ୍‌ ସହ ଯୋଡୁଥିବା ହାଇେଓ୍ଵ ଠାରୁ ମାତ୍ର ୩ରୁ ୫ କି.ମି ଭିତରେ ।

ଏହାକୁ ୧୪ଟି ଅଣ୍ଡରଗ୍ରାଉଣ୍ଡ ସୁଢ଼ଙ୍ଗ୍‌ ସହ ୨ରୁ ୩ କି.ମି ମଧ୍ୟରେ ବିଭିନ୍ନ ସଡ଼କ ପଥ ଓ ଜଳ ପଥ ସହ ସଂଯୁକ୍ତ କରାଯାଇଛି । ସାଟେଲାଇଟ୍‌ ଫଟୋ ବିଶ୍ଲେଷଣରୁ ଏହା ଜଣାପଡ଼ିଛି ଯେ ଏଠାରେ ଅଣ୍ଡରଗ୍ରାଉଣ୍ଡ ଗ୍ୟାରେଜ ସହ ଅତି କମ୍‌ରେ ୮ଟି ହାଇେଓ୍ଵ ଗ୍ୟାରେଜ ମଧ୍ୟ ରହିଛି ।

ନିକଟରେ ଏଠାରେ ଏକ ହେଲିପ୍ୟାଡ୍‌ ମଧ୍ୟ ତିଆରି କରାଯାଇଛି । ଏହା ଛଡ଼ା ୧୫ରୁ ୨୦ ଘର ମଧ୍ୟ ନିର୍ମାଣ କରାଯାଇଛି । ସମ୍ଭବତଃ ଭବିଷ୍ୟତରେ ଏଠାରେ ଅଧିକ ସୈନ୍ୟ ରହିବାର ସୁବିଧା ପାଇଁ ଏହା କରାଯାଇଛି । ଏହି ନିର୍ମାଣ ହୁଏତ ୨୦୧୯ ନଭେମ୍ବର ପାଖାପାଖି ଆରମ୍ଭ ହୋଇଛି ।

ପୂର୍ବ ଲାଦାଖରେ ଯେଉଁ ଗତିରୋଧ ହୋଇଥିଲା ତାହା ଏହି ନିର୍ମାଣ କାରଣରୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଅଣ୍ଡର ଗ୍ରାଉଣ୍ଡ ବିଜୁଳି ସୁବିଧା ପାଇଁ ଏଠାରେ ସୋଲାର ପ୍ୟାନେଲ୍‌ ଫାର୍ମ ମଧ୍ୟ ଦେଖାଯାଉଥିବା ଜଣାଯାଇଛି । ଏଠାରେ ଟ୍ରେନିଙ୍ଗ୍‌ ଏରିଆ ସହ ଏକ ଫାଇରିଂ ରେଂଜ ମଧ୍ୟ ରହିଛି ।

china underground.JPG-3

ଭାରତ ସୀମା ସଂଲଗ୍ନ ଏହି ଅଣ୍ଡର ଗ୍ରାଉଣ୍ଡ ଶସ୍ତ୍ରାଗାର ନିଶ୍ଚେ ଭାରତ ପ୍ରତି ଏକ ବଡ଼ ବିପଦ କହିବା ଭୁଲ୍‌ ହେବନି । ଚୀନ୍‌ ଲୁଚା ଚୋରାରେ ଏପରି ବହୁ ନିର୍ମାଣ କରିଛି ଯାହାକୁ ବହୁ ଦେଶ ବିରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.