ଶେଷରେ ବାହାରିଲା କରୋନାର ଘରୋଇ ଚିକିତ୍ସା ! ପ୍ରଥମ ଥର ପାଇଁ ଡବ୍ଲ୍ୟୁଏଚ୍‌ଓ କରିଛି ଗ୍ରହଣ

ନୂଆଦିଲ୍ଲୀ : ୨୦୨୦ ପାଇଁ ସବୁଠୁ ଭଲ ଖବର । ବାହାରିଲା କରୋନା ପାଇଁ ଶତ ପ୍ରତିଶତ ଭରସା ଯୋଗ୍ୟ ଘରୋଇ ପ୍ରସ୍ତୁତି ମେଡିସିନ୍‌ ବା କାଢ଼ା । ପ୍ରଥମ ଥର ପାଇଁ ଜଣେ ଭାରତୀୟ ଛାତ୍ର କରୋନାର ଏହି ଘରୋଇ ଉପଚାର ପ୍ରସ୍ତୁତ କରି ସାରା ବିଶ୍ୱକୁ ଚକିତ କରି ଦେଇଛନ୍ତି ।

ଘରେ ପ୍ରସ୍ତୁତ କାଢ଼ା କରୋନାକୁ ଶହେ ପ୍ରତିଶତ ଭଲ କରି ପାରିବ ବୋଲି ସେ ଦାବି କରିଛନ୍ତି । ସବୁଠାରୁ ବଡ଼ କଥା ହେଲା ତାଙ୍କର ଏହି ଘରୋଇ ‘ନୁସ୍କା’କୁ ଓ୍ଵାର୍ଲ୍ଡ ହେଲ୍ଧ ଅର୍ଗାନାଇଜେସନ୍‌(ଡବ୍ଲ୍ୟୁଏଚ୍‌ଓ) ମଧ୍ୟ ଗ୍ରହଣ କରିଛି । କରୋନା ପାଇଁ ନୁସ୍କା ପ୍ରସ୍ତୁତ କରିଥିବା ଏହି ଛାତ୍ର ଜଣକ ହେଲେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଛାତ୍ର ରାମୁ । ତାଙ୍କର ଏହି ନୁସ୍କା ହେଉଛି ଏହିପରି ।

କାଢ଼ା ପ୍ରସ୍ତୁତି

– ୧ ଟେବଲ୍‌ ସ୍ପୁନ୍‌ କଳା ମରିଚ ଗୁଣ୍ଡ
– ୨ ଟେବଲ୍‌ ସ୍ପୁନ୍‌ ମହୁ
– କିଛି ମାତ୍ରାରେ ଅଦା ରସ

ଏହି ସମସ୍ତକୁ ମିଶାଇ ଲଗାତାର ୫ ଦିନ ଖାଇଲେ କରୋନା ଶତ ପ୍ରତିଶତ ଭଲ ହୋଇଯିବ ବୋଲି ଏହି ଛାତ୍ର ଜଣକ ଦାବି କରିଛନ୍ତି । ସାରା ବିଶ୍ୱ ଏବେ ଏହି ନୁସ୍କା କୁ ଆପଣେଇଥିବା ଜଣାଯାଇଛି । ଏକ ଉତ୍ତରଦାୟୀ ଗଣମାଧ୍ୟମ ସଂସ୍ଥା ଭାବରେ ଆମେ ଏହାର ଗୁଣବତ୍ତାର ତଥ୍ୟ ଭିତ୍ତିକ ପରୀକ୍ଷା ମାଧ୍ୟମରେ  ସତ୍ୟାସତ୍ୟ ପରୀକ୍ଷା କଲୁ । ତେବେ ଏହି ତଥ୍ୟକୁ ଏକ ବୈଧ ଉପଚାର ମାଧ୍ୟମ ଭାବେ ଗ୍ରହଣ କରାଯାଇ ନପାରେ । ଅଧିକ ତଥ୍ୟ ପାଇଁ ଡାକ୍ତରଙ୍କ ପରାମର୍ଶ ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.