କରୋନା ସ୍ୱାବ ଟେଷ୍ଟ ସଂଗ୍ରହ ଟିମ୍‌କୁ ଆକ୍ରମଣ ଘଟଣା, ଗିରଫ ହେଲେ ଅଭିଯୁକ୍ତ

କେନ୍ଦ୍ରାପଡା : କରୋନା ସ୍ୱାବ ଟେଷ୍ଟ ସଂଗ୍ରହ ଟିମର ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ଧମକାଇଥିଲେ ଯୁବକ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ପାତ୍ରପୁର ଗାଁରେ ମେଗା କ୍ୟାମ୍ପରେ ସ୍ୱାପ ସଂଗ୍ରହ ଚାଲିଥିବା ବେଳେ ଗାାଁର କିଛି ଯୁବକ ଆସି ପାଟିତୁଣ୍ଡ କରିଥିଲେ। ବିଶ୍ୱରଞ୍ଜନ ନାମକ ଯୁବକ ବନ୍ଧୁକ ଦେଖାଇ ଧମକାଇଥିଲା। ତେବେ ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି , ଗିରଫ ଅଭିଯୁକ୍ତ ଜଣକ ପାତ୍ରପୁର ଗାଁ ର ବିଶ୍ଵରଞ୍ଜନ ପରିଡା ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.