Below header

ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ମାଡ଼ ମାରିବା ସହ ୮୦ ହଜାର ଲୁଟି ନେଇଛନ୍ତି ଦୁର୍ବୃତ୍ତ

ଅପହୃତ ବ୍ୟବସାୟୀ ଉଦ୍ଧାର । ସୋନପୁର ଜିଲ୍ଲା ବିନିକାରୁ ଅପହୃତ ବ୍ୟବସାୟୀଙ୍କୁ ସମ୍ବଲପୁର ବୁର୍ଲାରୁ ଉଦ୍ଧାର କରାଯାଇଛି । ବ୍ୟବସାୟୀଙ୍କୁ ମାଡ଼ ମାରିବା ସହ ତାଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ସୋନପୁର (କେନ୍ୟୁଜ): ଅପହୃତ ବ୍ୟବସାୟୀ ଉଦ୍ଧାର । ସୋନପୁର ଜିଲ୍ଲା ବିନିକାରୁ ଅପହୃତ ବ୍ୟବସାୟୀଙ୍କୁ ସମ୍ବଲପୁର ବୁର୍ଲାରୁ ଉଦ୍ଧାର କରାଯାଇଛି । ବ୍ୟବସାୟୀଙ୍କୁ ମାଡ଼ ମାରିବା ସହ ତାଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ଗତକାଲି ରାତିରେ ବ୍ୟବସାୟୀ ଅଶୋକ ଦାନି ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିଲେ । ସାଙ୍ଗରେ ଦୋକାନର ଜଣେ କର୍ମଚାରୀ ମଧ୍ୟ ଥିଲେ । ତେବେ ଦାନିପାଲି ଛକ ନିକଟରେ କିଛି ଦୁର୍ବୁତ୍ତ ଅଶୋକଙ୍କୁ ଅପହରଣ କରିନେଇଥିଲେ । ଏନେଇ କର୍ମଚାରୀ ଜଣକ ଅଶୋକଙ୍କ ପରିବାର ସହ ପୋଲିସକୁ ଖବର ଦେଇଥିଲେ ।

ସେପଟେ ବୁର୍ଲା ପୋଲିସ ବରଗଡ଼-ସମ୍ବଲପୁର ଜାତୀୟ ରାଜପଥର ଗୋଲଗୁଣ୍ଡା ନିକଟରେ ବ୍ଲକିଂ କରୁଥିଲା । ପୋଲିସ ଚେକିଂର ସୂଚନା ପାଇ ଅପହରଣକାରୀ ଅଶୋକଙ୍କୁ ମାଡ଼ମାରିବା ସହ ତାଙ୍କ ପାଖରେ ଥିବା ୯୦ ହଜାର ଟଙ୍କା ଛଡ଼ାଇ ଏକ ନିଛାଟିଆ ସ୍ଥାନରେ ଛାଡ଼ି ଚାଲି ଯାଇଥିଲେ । ବୁର୍ଲା ପୋଲିସ ଅଶୋକଙ୍କୁ ଉଦ୍ଧାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.