ଆଜି ହେବ ପଦ୍ମଶ୍ରୀ ପଙ୍କଜ ଉଧାସଙ୍କ ଅନ୍ତିମ ସଂସ୍କାର, ଝିଅ ଦେଲେ ସୂଚନା

ଆଜି ଅପରାହ୍ନ ୩ଟାରୁ ୫ ଟା ମଧ୍ୟରେ ପଙ୍କଜ ଉଧାସଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ଝିଅ ନାୟାବ ଉଧାସ ସୂଚନା ଦେଇଛନ୍ତି । ମୁମ୍ବାଇର ଓ୍ଵର୍ଲି ସ୍ଥିତ ଶଶ୍ମାନ ଘାଟରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ।

ଲୋକପ୍ରିୟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ ସମସ୍ତଙ୍କୁ ଚକିତ କରିଛି । ମାତ୍ର ୭୨ ବର୍ଷ ବୟସରେ ଶେଷ ନିଶ୍ୱାସ ନେଇଛନ୍ତି ଲୋକପ୍ରିୟ ଗାୟକ । ଗତକାଲି ସକାଳ ୧୧ଟାରେ ତାଙ୍କ ମୃତ୍ୟୁ ହୋଇଛି । ତେବେ ଆଜି ଅପରାହ୍ନ ୩ଟାରୁ ୫ ଟା ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ଝିଅ ନାୟାବ ଉଧାସ ସୂଚନା ଦେଇଛନ୍ତି । ମୁମ୍ବାଇର ଓ୍ଵର୍ଲି ସ୍ଥିତ ଶଶ୍ମାନ ଘାଟରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସୂଚନା ଦେବା ସହିତ ଭାବଭରା ନୋଟ୍‌ ଲେଖିଛନ୍ତି ।

ସୂଚନାଯୋଗ୍ୟ, ପଙ୍କଜ ଉଧାସଙ୍କ ମୃତ୍ୟୁ ସୋମବାର ସକାଳ ୧୧ଟାରେ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସପିଟାଲରେ ହୋଇଥିଲା । ତାଙ୍କ ମୃତ୍ୟୁରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରୀ ଶୋକରେ ରହିଥିଲା । ତାଙ୍କ ମୃତ୍ୟୁରେ ଅନେକ ସେଲିବ୍ରିଟି ଶୋକ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

 

View this post on Instagram

 

A post shared by Nayaab Udhas (@nayaabudhas)

୧୯୫୧ ମସିହା ମେ ୧୭ ତାରିଖରେ ଗୁଜରାଟର ଜେତପୁର ଠାରେ ଜନ୍ମ ଗ୍ରହଣ କରିଥିଲେ ପଙ୍କଜ ଉଧାସ । ମାତ୍ର ୬ ବର୍ଷ ବୟସରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ସ୍କୁଲରେ ପ୍ରାର୍ଥନା ସଭାରେ ପ୍ରାର୍ଥନା ଗାଇ ସେ ତାଙ୍କର ସଂଗୀତ ଜୀବନ ଆରମ୍ଭ କରିଥିଲେ । ୨୦୦୬ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ବଲିଉଡରେ ସେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.