Below header

ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ବୈଠକରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି । କାଳିଆ ଯୋଜନାର କାର‌୍ୟ୍ୟକାରିତା ନେଇ ବୈଠକରେ ଆଲୋଚନା ହେବ । ଯୋଜନାର ବ୍ୟୟ ବରାଦ ଓ ହିତାଧିକାରୀ ଚୟନ ନେଇ ବୈଠକରେ ଆଲୋଚନା କରାଯିବ । ଚାଷୀଙ୍କ ଆୟ ବଢ଼ାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି କାଳିଆ ଯୋଜନା। ଏହି ଯୋଜନାରେ ୩୦ ଲକ୍ଷ ଚାଷୀ ଓ ଭାଗଚାଷୀ ଉପକୃତ ହେବେ । ଯୋଜନାରେ ବର୍ଷକୁ ମିଳିବ ୧୦ ହଜାର ଟଙ୍କା । ଖରିଫ ଓ ରବି ଋତୁରେ ୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ । ଏହା ସହ ଆଜିର କ୍ୟାବିନେଟ୍ ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ କିଛି ନୂଆ ନିୟମକୁ ମଞ୍ଜୁରୀ ଦିଆଯାଇପାରେ । ଏହା ସହ ରାଜସ୍ୱ, କୃଷି, ସଂସଦୀୟ ବ୍ୟାପାର, ଉଚ୍ଚଶିକ୍ଷା ଏବଂ ସମବାୟ ବିଭାଗର କେତେକ ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.