ଜମ୍ମୁ କାଶ୍ମୀରର ପୁଲୱାମାରେ ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ , ୨ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀର(କେନ୍ଯୁଜ୍) : ଜମ୍ମୁ କାଶ୍ମୀରର ପୁଲୱାମାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ରାଜପୋରା ଅଂଚଳରେ ଚାଲିଥିବା ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ତେବେ ଉକ୍ତ ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ଜାଣିବା ପରେ ଯବାନମାନେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଏବେ ବି ସ୍ଥାନୀୟ ଅଞ୍ଚଳରେ ଏନକାଉଣ୍ଟର ଜାରି ରହିଛି ।

1bb ଶୁକ୍ରବାର ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଜଙ୍ଗଲ ଭିତରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାବାହିନୀର ଯବାନମାନେ ଘଟଣାସ୍ଥଳରେ ପହଂଚି ଏନକାଉଣ୍ଟର କରିଥିଲେ । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ସେହିପରି କିଛି ଦିନ ତଳେ ସୋପିଆ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.