Below header

କାଳ ହେଲା ପିକନିକ, ଭାରସାମ୍ୟ ହରାଇ କେନାଲକୁ ପଶିଗଲା କାର୍, ଜଣେ ମୃତ

ଜୟପୁର(କେ ନ୍ୟୁଜ):  ପିକନିକ ହେଲା କାଳ । ଜୟପୁର ମୁଖ୍ୟ କେନାଲ ଭିତରକୁ ପଶିଗଲା କାର୍‌ । ୨ ଜଣଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ତେବେ ଜଣେ ଗାଡି ମଧ୍ୟରେ ଆଉ ଜଣେ ଫସି ରହିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ଜୟପୁର ଟାଉନ୍‌ ପୋଲିସ ଏବଂ ଅଗ୍ନିଶମ ବିଭାଗର ଆଠ ଜଣିଆ ଟିମ୍‌ । ସୂଚନା ଅନୁଯାୟୀ, ଏକ ସୁଇଫ୍ଟ ଡିଜେର କାର ଯୋଗେ ତିନି ଜଣ ପିକନିକ କରିବାକୁ ଯାଇଥିଲେ ।

ଏ ଭିତରେ ଭାରସାମ୍ୟ ହରାଇ ଜୟପୁର ମୁଖ୍ୟ କେନାଲରେ ବୁଡ଼ିଯାଇଥିଲା କାରଟି । ଏଯାବତ ଦୁଇ ଜଣ ଗାଡି ଭିତରୁ ଉଦ୍ଧାର ହୋଇଥିବା ବେଳେ ଜଣେ ଫଶି ରହିଥିବା ଜଣାଯାଇଛି । ଜୟପୁର ଟାଉନ ପୋଲିସ ଓ ଅଗ୍ନିଶମ ବିଭାଗର ଆଠ ଜଣିଆ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସଦ୍ୟ ମିଳିଥିବା ସୂଚନାରୁ ଜଣାଯାଇଛିଯେ, ମୃତକ ଜଣଙ୍କ ଗାଡି ଡ୍ରାଇଭିଙ୍ଗ କରୁଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାଯାଇଛିଯେ, କେନାଲରେ ପଡିବା ପୂର୍ବରୁ ତିନିଟି ବାଇକକୁ ଧକକାକୁ ଦେଇଥିଲା । ସଦ୍ୟ ମିଳିଥିବା ସୂଚନାରୁ ଜଣାଯାଇଛିଯେ, ମୃତକ ଜଣଙ୍କ ଗାଡି ଡ୍ରାଇଭିଙ୍ଗ କରୁଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାଯାଇଛିଯେ, କେନାଲରେ ପଡିବା ପୂର୍ବରୁ ତିନିଟି ବାଇକକୁ ଧକକାକୁ ଦେଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.