Below header

କୋଭିଡ୍‌ ଯୋଗୁ ୧୭ ବର୍ଷ ପଛକୁ ଚାଲିଯାଇଛି ବିମାନ ସେକ୍ଟର, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠୁ ଖରାପ ସ୍ଥିତି

କରୋନା ମହାମାରୀ ବିଶ୍ୱର ଅର୍ଥନୈତିକ ଗତିକୁ ସ୍ଥାଣୁ କରିଦେଇଛି । ଏହାର ପ୍ରଭାବ ସବୁ ସେକ୍ଟର ଉପରେ ପଡ଼ିଛି । ଏଥିରେ ବିଶେଷ ପ୍ରଭାବିତ ହୋଇଛି ବିମାନ ସେକ୍ଟର । କୋଭିଡ୍‌ ଯୋଗୁ ବିମାନ ସେକ୍ଟର ପ୍ରାୟ ୧୭ ବର୍ଷ ପଛକୁ ଚାଲିଯାଇଥିବା ଜଣାପଡ଼ିଛି । ଯାହାକି ବିଶ୍ୱଯୁଦ୍ଧ ପରଠୁ ସବୁଠୁ ଖରାପ ସ୍ଥିତି ବୋଲି ଯୁକ୍ତରାଢ୍ୟର ଆଇକାଓ ସଂଗଠନ ପ୍ରକାଶ କରିଛି ।

ବିଶ୍ୱର ସବୁ କ୍ଷେତ୍ରରେ କୋଭିଡ୍‌-୧୯ ମହାମାରୀ ଯୋଗୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧ ଲଗାଯିବାରୁ ଅନ୍ୟ ବର୍ଷ ତୁଳନାରେ ଯାତ୍ରୀ ସଂଖ୍ୟାରେ ୬୦ ପ୍ରତିଶତ ହ୍ରାସ ଘଟିଛି । ଯାହାକି ୨୦୦୩ ମସିହାରେ ଯେଉଁ ସ୍ଥିତି ଥିଲା ବର୍ତ୍ତମାନ ସେହି ସ୍ଥିତିକୁ ଆସିଯାଇଛି । ଏହି ତଥ୍ୟ ଜାରି କରିଛି ଯୁକ୍ତରାଜ୍ୟ ର ଅନ୍ତରାଷ୍ଟ୍ରୀୟ ବିମାନ ସଂଗଠନ ।

ସଂଗଠନ ଆହୁରି କହିଛି ଯେ ୨୦୨୦ରେ ଯାତ୍ରୀ ସଂଖ୍ୟାରେ ଯେଉଁ ହ୍ରାସ ଦେଖାଯାଇଛି ତାହା ବିଶ୍ୱଯୁଦ୍ଧ ପରଠୁ କେବେ ବି ଦେଖାଯାଇ ନାହିଁ । ୨୦୧୯ରେ ଯାତ୍ରୀ ସଂଖ୍ୟା ୪.୫ ଆରବ ଥିବା ବେଳେ ୨୦୨୦ ରେ ଏହା ହ୍ରାସ ପାଇ ୧.୮ ଆରବ ସଂଖ୍ୟାରେ ପହଞ୍ଚିଛି ।

aeroplane

ବିମାନ ସେବା କମ୍ପାନୀର ୩୭୦ ଆରବ ଡଲାର କ୍ଷତି

ଏହି ସଂଗଠନ ଆହୁରି କହିଛି ଯେ କରୋନା ଯୋଗୁ ବିମାନ ସେବା କମ୍ପାନୀମାନେ ୩୭୦ ଆରବ ଡଲାର କ୍ଷତି ସହିଛନ୍ତି । ରିପୋର୍ଟରେ ଆହୁରି କୁହାଯାଇଛି ଯେ ଘରୋଇ ବିମାନ ସେବା ତୁଳନାରେ ଅନ୍ତରାଷ୍ଟ୍ରୀୟ ବିମାନ ସେବା ମହାମାରୀ ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଘରୋଇ ଉଡାଣରେ ଯାତ୍ରୀ ସଂଖ୍ୟା ୫୦ ପ୍ରତିଶତ ଓ ଅନ୍ତରାଷ୍ଟ୍ରୀୟ ଉଡାଣରେ ୭୪ ପ୍ରତିଶତ ଯାତ୍ରୀ ଙ୍କ ହ୍ରାସ ଘଟିଛି । ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ଯାତ୍ରୀ ହ୍ରାସ ସର୍ବାଧିକ ରହିଛି ବୋଲି ଏହି ସଂଗଠନ ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.