ଷ୍ଟ୍ରିଟ୍‌ ଗ୍ୟାଙ୍ଗ୍‌ରୁ କେମିତି ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ହେଲେ ଦାଉଦ୍‌ ଇବ୍ରାହିମ୍‌, ଡେବ୍ୟୁ େଓ୍ଵବ୍‌ ସିରିଜ୍‌ରେ କହିବେ ରାମ ଗୋପାଳ ବର୍ମା

ଅଣ୍ଡରଓ୍ଵାର୍ଲ୍ଡ ଉପରେ ଅନେକ ଚର୍ଚ୍ଚିତ ଫିଲ୍ମ ବନାଇ ଚର୍ଚ୍ଚାରେ ଥିବା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା େଓ୍ଵବ୍‌ ସିରିଜ୍‌ରେ ଡେବ୍ୟୁ କରିବାକୁ ନେଇ ପୂରା ପ୍ରସ୍ତୁତି କରିସାରିଛନ୍ତି। ଏବେ ରାମ ଗୋପାଳ ‘ଡି କମ୍ପାନୀ’ ନାଁରେ ଏକ େଓ୍ଵବ୍‌ ସିରିଜ୍‌ ବନାଇବାକୁ ଯାଉଛନ୍ତି। ଏହା ତାଙ୍କର ପ୍ରଥମ େଓ୍ଵବ୍‌ ସିରିଜ୍‌ ହେବ। ଏହାର କାହାଣୀ ଦାଉଦ୍‌ ଇବ୍ରାହିମ୍‌ଙ୍କ ଉପରେ ଆଧାରିତ ରହିବ।

ଏହା ମାଧ୍ୟମରେ ରାମ ଗୋପାଳ କହିବେ କି, ମୁମ୍ବାଇର ଡୋଙ୍ଗରୀ ଅଞ୍ଚଳରେ ଏକ ଷ୍ଟିଟ୍‌ ଗ୍ୟାଙ୍ଗ୍‌ ଚଲାଉଥିବା ଦାଉଦ୍‌ ଇବ୍ରାହିମ୍‌ କେମିତି ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ବନିଯାଇଛନ୍ତି। ଶନିବାର େଓ୍ଵବ୍‌ ସିରିଜ୍‌ର ମୋଶନ ପୋଷ୍ଟର ଜାରି କରିବାକୁ ଯାଇ ରାମ ଗୋପାଳ ବର୍ମା ଟୁଇଟରରେ କହିଛନ୍ତି, ଏହି େଓ୍ଵବ୍‌ ସିରିଜ୍‌ର ଟ୍ରେଲର ୨୩ ଜାନୁଆରୀରେ ଜାରି କରାଯିବ।

ପୋଷ୍ଟରରେ ଲେଖାଯାଇଛି, ଏହା ଦାଉଦ୍‌ ଇବ୍ରାହିମ୍‌ଙ୍କ ସଙ୍ଗଠନ ପଛର ସତ କାହାଣୀ ହେବ। ରାମ ଗୋପାଳ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ତାଙ୍କ ପାଖରେ ଦାଉଦଙ୍କ ସହ ଜଡ଼ିତ ଅନେକ ରିସର୍ଚ୍ଚ ରହିଛି, ଯାହାକୁ ସେ ଫିଲ୍ମରେ ଦେଖାଇପାରି ନାହାନ୍ତି। କାହିଁକି ନା, ୩ ଘଣ୍ଟିଆ ଫିଲ୍ମରେ କାହାଣୀକୁ ବିସ୍ତାର କରି ଦେଖାଇବା ସମ୍ଭବ ନୁହେଁ। ଡିଜିଟାଲ ପ୍ଲାଟଫର୍ମରେ ଏହା ସୁବିଧା ଅଛି କି, ବଡ଼ କାହାଣୀକୁ ବି ଦେଖାଯାଇ ପାରିବ। ସେ ଏହା ବି କହିଥିଲେ, ଏହି େଓ୍ଵବ୍‌ ସିରିଜ୍‌ ଦାଉଦ୍‌ଙ୍କ ବାୟୋପିକ୍‌ ନୁହେଁ, ବରଂ ଏଥିରେ ଡି କମ୍ପାନୀରେ କାମ କରୁଥିବା ଏବଂ ମରି ଯାଇଥିବା ତାଙ୍କ ଗ୍ୟାଙ୍ଗ୍‌ଷ୍ଟାରମାନଙ୍କ କାହାଣୀ ମଧ୍ୟ ଦେଖାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.