G-7 ସମ୍ମିଳନୀ ମୋଦିଙ୍କୁ ନିମନ୍ତ୍ରଣ କଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍

ନୂଆଦିଲ୍ଲୀ(କେ ନ୍ୟୁଜ):  ଜି-୭ ସମ୍ମିଳନୀକୁ ମୋଦିଙ୍କୁ ନିମନ୍ତ୍ରଣ । ଆସନ୍ତା ଜୁନ୍‌ ୧୧ ରୁ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ଜି-୭ ସମ୍ମିଳନୀକୁ ମୋଦିଙ୍କୁ ନିିମନ୍ତ୍ରଣ କରିଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍‌ । ଏଥର ଜି-୭ ସମ୍ମିଳନୀ ଆୟୋଜନ କରୁଛି ବ୍ରିଟେନ୍‌ । ଏହି ସମ୍ମିଳନୀ ପୂର୍ବରୁ ଜନସନ୍‌ ଭାରତ ଗସ୍ତରେ ଆସିବା ଆଶା କରାଯାଉଛି । ଗଣତନ୍ତ୍ର ଦିବସରେ ସେ ଭାରତର ମୁଖ୍ୟ ଅତିଥି ହୋଇଥାନ୍ତେ।

କିନ୍ତୁ ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଟ୍ରେଣ୍ଡ ଯୋଗୁଁ ଏହାକୁ ବାତିଲ କରାଯାଇଥିଲା । କରୋନା ସଂକଟରୁ କିଭଳି ବୈଶ୍ୱିକ ଅର୍ଥନୀତି ମୁକୁଳିବ, ତା ଉପରେ ଜି-୭ ସମ୍ମିଳନୀରେ ଗୁରୁତ୍ୱ ଦିଆଯିବ ବୋଲି ବୋରିସ୍‌ ଜନସନ୍‌ କହିଛନ୍ତି । ଭାରତକୁ ଫାର୍ମାସି ଅଫ୍‌ ଦ ଓ୍ଵାର୍ଲଡ ବୋଲି କହିଛି ବ୍ରିଟେନ୍‌ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.