Below header

ଘର ଭଳି ନୁହେଁ, ବରଂ ଏହି ରେଷ୍ଟୁରାଣ୍ଟରେ ମିଳିଥାଏ ‘ଶ୍ୱଶୁର ଘର ଭଳି ଭୋଜନ’ ! ଲୋକେ ପଚାରିଲେ, ‘କୁଅାଁରାମାନେ ଯିବେ କୁଆଡ଼େ’

ସୋସିଆଲ ମିଡିଆରେ ଏକ ରେଷ୍ଟୁରାଣ୍ଟକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହା ବିଷୟରେ ଜାଣିଲେ ଆପଣ ବି ହସି ହସି ଗଡ଼ିଯିବେ। କାହିଁକି ନା, ଏହି ରେଷ୍ଟୁରାଣ୍ଟ ବହୁତ ଅଜବ ଧରଣର। ଏହାର ନାଁ ଏତେ ମଜାଦାର କି, ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ରାୟପୁରରେ ଥିବା ଏହି ରେଷ୍ଟୁରାଣ୍ଟ ନିଜ ପୋଷ୍ଟରରେ ଲେଖିଛି, ‘ସସୁରାଲ ଭଳି ଭୋଜନ’।

ପ୍ରିୟଙ୍କା ଶୁକ୍ଳା ନାମକ ଟୁଇଟର ୟୁଜର ନିଜ ଆକାଉଣ୍ଟରେ ଏହାର ଫଟୋ ଶେୟାର କରିବା ପରେ ଲୋକେ ବିଭିନ୍ନ ମଜାଦାର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ପ୍ରିୟଙ୍କା ଫଟୋ କ୍ୟାପସନରେ ଲେଖିଛନ୍ତି, ‘ଘର ଭଳି ଖାଇବା ତ ବହୁତ ଜାଗାରେ ଦେଖିଥିବେ କି ଶୁଣିଥିବେ। ଏହା ପ୍ରଥମ ଥର ଦେଖିଲୁ’। ତେବେ ସୋସିଆଲ ମିଡିଆରେ ରେଷ୍ଟୁରାଣ୍ଟର ପୋଷ୍ଟର ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଜଣେ ଲୋକ କମେଣ୍ଟରେ ପଚାରିଛନ୍ତି, ‘ତା’ହେଲେ କୁଅାଁରାମାନେ କୁଆଡ଼େ ଯିବେ’? ଆଉ ଜଣେ ଲେଖିଛନ୍ତି, ‘ଏହାଠୁ ଭଲ ତ ଜଣେ ଶ୍ୱଶୁର ଘରକୁ ଚାଲିଯିବ’। ଅନ୍ୟ ଜଣେ ପଚାରିଛନ୍ତି, ‘ପୁଅର ଶ୍ୱଶୁର ଘର ନା ଝିଅର’। ଏମିତି ବହୁତ ୟୁଜର ଏହି ଫଟୋ ଉପରେ କମେଣ୍ଟ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.