ଶିବାନୀ ହତ୍ୟା ମାମଲାର ପର୍ଦ୍ଦାଫାସ, ଝିଅକୁ ମାରିବାକୁ ସୁପାରୀ ଦେଇଥିଲା ମା’

ବାଲେଶ୍ଵର(କେ ନ୍ୟୁଜ): ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କଲେ ପରିବାର ଲୋକେ । ପରିବାରର ସମ୍ମାନ ରକ୍ଷା କରିବା ପାଇଁ ନିଜ ଝିଅ କୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲା ମାଆ । ଏଭଳି ଘଟଣା ବାଲେଶ୍ଵରରେ ଘଟିଥିବା ଦେଖିବାକୁ ମିଳିଥିବାବେଳେ ଗତ ୧୩ ତାରିଖରେ ବାଲେଶ୍ବର ସଦର ଥାନା ଅନ୍ତର୍ଗତ ବେଲ ନାଳ ନିକଟରେ ଶିବାନୀ ନାୟକ ହତ୍ୟା ଘଟଣାର ଆଜି ପରଦା ଫାସ କରିଛି ସଦର ଥାନା ପୋଲିସ୍ । ଆଉ ଏହି ଘଟଣାରେ ୪ ଜଣଙ୍କ ସଂପୃକ୍ତି ରହିଥିବା ବେଳେ ବାଲେଶ୍ଵର ସଦର ଥାନା ପୋଲିସ ମହିଳାଙ୍କ ମାଆ ଓ ବନ୍ଧୁଙ୍କୁ ଗିରଫ କରିଛି । ପୋଲିସ ସୂଚନା ଅନୁସାରେ ନିଶାସକ୍ତ ଅବସ୍ଥାରେ ହିଁ ଏମାନଙ୍କୁ ହତ୍ୟା କରାଯାଇଛି ।

baleswar murder

ଆଉ ମହିଳାଙ୍କୁ ହତ୍ୟା ପାଇଁ ତାଙ୍କ ମାଆ ୫୦ ହଜାର ଟଙ୍କା ସୁପାରୀ ଦେଇଥିଲାବେଳେ ଏଥିପାଇଁ ୮ ହଜାର ଟଙ୍କା ଅଗ୍ରୀମ ଦେଇଥିଲେ ଓ ହତ୍ୟା ପରେ ଆଉ ୪୨ ହଜାର ଟଙ୍କା ଦେବାପାଇଁ ଯୋଜନା ହୋଇଥିଲା । ଆଉ ଯୋଜନା ଅନୁସାରେ ମହିଳାଙ୍କୁ ମଦ ପିଆଇ ବନ୍ଧୁ ପ୍ରମୋଦ ଜେନା ଇଟାରେ ମୁଣ୍ଡକୁ ଛେଚି ହତ୍ୟା କରିଥିବା ସ୍ବୀକାର କରିଛି । ମୃତ ମହିଳା ଜଣଙ୍କର ମଦ ବିକ୍ରି କରୁଥିବା ସହ ଅନ୍ୟାନ୍ୟ ଖରାପ କାର୍ଯ୍ୟରେ ସଂପୃକ୍ତ ରହିଥିବାରୁ ପରିବାର ର ସମ୍ମାନ ରକ୍ଷା ପାଇଁ ହତ୍ୟା କରାଯାଇଥିବା ପୋଲିସ ସ୍ବୀକାର କରିଛି ।

Leave A Reply

Your email address will not be published.