Below header

ଦୁଇ ଦିନିଆ ଓଡିଶା ଗସ୍ତରେ କାନାରା ବ୍ୟାଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଓଡିଶା ଗସ୍ତରେ କାନାରା ବ୍ୟାଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଛନ୍ତି ଅଶୋକ ଚନ୍ଦ୍ରା । ସ୍ୱୟଂ ସହାୟକ ଗୋଷ୍ଠୀ ଠିକ୍‌ ସମୟରେ ଋଣ ପରିଶୋଧ କରୁଥିବାରୁ ଖୁସି ବ୍ୟକ୍ତ କରିଥିଲେ ।

ଭୁବନେଶ୍ୱର (କେନ୍ୟୁଜ): ଦୁଇ ଦିନିଆ ଓଡିଶା ଗସ୍ତରେ କାନାରା ବ୍ୟାଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଛନ୍ତି ଅଶୋକ ଚନ୍ଦ୍ରା । ସ୍ୱୟଂ ସହାୟକ ଗୋଷ୍ଠୀ ଠିକ୍‌ ସମୟରେ ଋଣ ପରିଶୋଧ କରୁଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଏହା ସହ ହଜାର ୯ ଜଣ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୧ କୋଟି ଟଙ୍କାର ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ ।

ଗ୍ରାହକ ସେବା, ବ୍ୟାଙ୍କିଙ୍ଗ ସେବାରେ ଉନ୍ନତି ଆଣିବା ସହ ଗ୍ରାହକଙ୍କ ଅଧିକାର ଓ ଅଭିଯୋଗ ସମାଧାନ ଉପରେ ଆଲୋଚନା ମଧ୍ୟ କରିଥିଲେ । ସେହିପରି ଏକ ଟାଉନ ହଲ୍‌ କାର୍ଯ୍ୟକ୍ରମରେ ୩୦୦ଜଣ ବ୍ୟାଙ୍କ କର୍ମଚାରୀଙ୍କ ସହ ବ୍ୟାଙ୍କିଙ୍ଗ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା ।

ଏହା ପରେ ମୁଖ୍ୟ ଶାସନ ସଚିବ ପି କେ ଜେନା, ଅର୍ଥ ସଚିବ ବିଶାଲ ଦେବ, ମିଶନ ଶକ୍ତି ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ ଏବଂ ଓୟୁଏଟି କୁଳପତି ପ୍ରଭାତ ରାଉଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଓଡ଼ିଶାରେ କାନାରା ବ୍ୟାଙ୍କର ୨୭୭ ଟି ଶାଖା ରହିଥିବା ବେଳେ ଆଗାମୀ ଦିନରେ ଅଧିକ ଶାଖା ଖୋଲିବା ବୋଲି କହିଛନ୍ତି ନିର୍ଦେଶକ ଅଶୋକ ଚନ୍ଦ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.