ଜୋର ଧରିଛି ପ୍ରଚାର: ଆଜି ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ

ଭୁବନେଶ୍ବର(କେନ୍ଯୁଜ୍): ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଯାଞ୍ଚ । ଚଳିତ ନିର୍ବାଚନ ପାଇଁ ୩୬୦ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୧୨ଜଣ ମେୟର ପ୍ରାର୍ଥୀ ମଧ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତେବେ ଏହି ପ୍ରାର୍ଥୀମାନେ ନିର୍ବାଚନ କମିଶନଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ସମସ୍ତ କାଗଜପତ୍ର ଦେଇଛନ୍ତି କି ନାହିଁ ତାହା ଯାଞ୍ଚ କରାଯିବ। ଅସନ୍ତୁଷ୍ଟଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର ଉପରେ ନଜର ରହିଛି।
ଆଜି ନାମାଙ୍କନପତ୍ର ଯାଞ୍ଚ ସହ ପ୍ରାର୍ଥିପତ୍ର ପ୍ରତ୍ୟାହାର ମଧ୍ୟ ଆରମ୍ଭ ହେବ। ଏପଟେ ଜୋର ଧରିଛି ପୌର ପ୍ରଚାର। ଦଳୀୟ କର୍ମୀ ଓ ନେତାଙ୍କୁ ଧରି ରାସ୍ତାକୁ ଓହ୍ଲାଇଲେଣି । ୱାର୍ଡକୁ ୱାର୍ଡ ବୁଲିବା ଆରମ୍ଭ କରିଛନ୍ତି। ତିନି ମହାନଗରର ଅଧିକାଂଶ ପ୍ରାର୍ଥୀ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି। ଆଗକୁ ପ୍ରଚାର ଆହୁରି ଜୋରଦାର ହେବ। ପଞ୍ଚାୟତ ସଫଳତା ପରେ ବିଜେଡି ପ୍ରାର୍ଥୀ ଅଧିକ ଉତ୍ସାହିତ ଓ ଅଧିକ ଆଶାବାଦୀ। ଏପଟେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ପଞ୍ଚାୟତ ଅପେକ୍ଷା ପୌରରେ ଭଲ ପ୍ରଦର୍ଶନ ଆଶାରେ ରହିଛନ୍ତି। ମାର୍ଚ୍ଚ ୨୪ରେ ରାଜ୍ୟର ସହରାଞ୍ଚଳରେ ପଡ଼ିବ ଭୋଟ୍ । ୨୬ରେ ହେବ ଗଣତି।