Below header

ଆଚାର୍ଯ୍ୟ ବିହାର ଫ୍ଲାଏ ଓଭର ଉପରେ ଦୁର୍ଘଟଣା, ଡିଭାଇଡର୍‌ ଡେଇଁ କାର୍‌କୁ ପିଟିଲା କାର୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଫ୍ଲାଏ ଓଭର୍‌ରେ ଦୁର୍ଘଟଣା । ଦୁଇ କାର୍‌ ମଧ୍ୟରେ ଦୁର୍ଘଟଣା ଯୋଗୁଁ ଏକାଧିକ ଆହତ । କିଛି ସମୟ ତଳେ ଏହି ଦୁର୍ଘଟଣା ଘଟିଛି ଆଚାର୍ଯ୍ୟ ବିହାର ନିକଟ ଫ୍ଲାଏଓଭରରେ । କଟକ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଡିଭାଇଡର୍‌ ଡେଇଁ ଆରପଟୁ ଆସୁଥିବା ଏକ କାର୍‌କୁ ଧକ୍କା ଦେଇଥିଲା । ଫଳରେ ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହେବା ସହ ଏଥିରେ ଥିବା ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ପୋଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ସହ କ୍ରେନ୍‌ ଦ୍ୱାରା ଦୁର୍ଘଟଣା ଗ୍ରସ୍ତ କାର୍‌କୁ ରାସ୍ତାରୁ ହଟାଇଥିଲା । ତଥାପି ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିବା ଫଳରେ ଟ୍ରାଫିକ୍‌ ଜାମ୍‌ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.