ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀ, ଜୁନ ୧୭ ମଧ୍ୟରେ ମରାମତି ସାରିବାକୁ ନିର୍ଦ୍ଦେଶ

ପୁରୀ(କେନ୍ୟୁଜ୍) : ଜୁନ ୧୭ ସୁଦ୍ଧା ଶ୍ରୀମନ୍ଦିରରେ ବାତ୍ୟା ପରବର୍ତ୍ତୀ ମରାମତି କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ। ସେପଟେ ପ୍ରଧାନମନ୍ତ୍ରୀ କେଦାରନାଥରେ ପୂଜାର୍ଚ୍ଚନା କରି, ସେଠାରେ ଚାଲିଥିବା ବିକାଶ କାମର ସମୀକ୍ଷା କରିଥିଲେ।

ଆଜି ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଶ୍ରୀମନ୍ଦିର ଯାଇଥିଲେ। ଶ୍ରୀମନ୍ଦିର ଓ ପରିସର ବୁଲି ବାତ୍ୟା ପରର ସ୍ଥିତି ଓ ମରାମତି କାର‌୍ୟ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ସିଂହଦ୍ୱାରର ଭାଙ୍ଗିଥିବା ଜୟମୂର୍ତ୍ତି, କଳ୍ପବଟ, ଭୋଗମଣ୍ଡପର କଳସ, ସିଂହମୂର୍ତ୍ତିରେ ହୋଇଥିବା କ୍ଷତି ସମ୍ପର୍କରେ ଅବଗତ କରାଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଗୁଣ୍ଡିଚା ମନ୍ଦିରରେ କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ ନବୀନ। ସବୁ ମରାମତି କାମ ଜୁନ ୧୭ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.