କିସ୍ ଓ କିଟ୍ ପାଳନ ହେଲା ପବିତ୍ର ବୁଦ୍ଧ ଜୟନ୍ତୀ

ଭୁବନେଶ୍ବର(କେନ୍ୟୁଜ୍) : ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ କିସ୍ ଓ କିଟ୍ ପକ୍ଷରୁ ଭଗବାନ ବୁଦ୍ଧ ଓ ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପୂର୍ବାହ୍ନରେ କିସ ପରିସରରେ ଥିବା ବୁଦ୍ଧ ଓ ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ମାଲ୍ୟାର୍ପଣ କରି ଭଗବାନ ବୁଦ୍ଧ ଓ ସନ୍ଥକବିଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ଓ କିସ୍ ସଂପାଦକ ଆର ଏନ ଦାସ, କିସ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କିସ୍ର ସିଓଓ ସୂର‌୍ୟ୍ୟକାନ୍ତ ମହାନ୍ତି, ଉପମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାତ୍ର ଓ ଉପଉନ୍ନୟନ ଅଧିକାରୀ ବସନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.