ରାଜପଥ ଉପରେ ହୁତୁହୁତ୍ ହୋଇ ଜଳିଗଲା କାର୍, ଅଳ୍ପକେ ବର୍ତିଲେ ୪ ଯାତ୍ରୀ

ଯାଜପୁର(କେନ୍ଯୁଜ୍): ହୁତୁହୁତ୍ ହୋଇ ଜଳିଗଲା କାର୍। ଅଳ୍ପକେ ବର୍ତ୍ତିଲେ କାରରେ ଥିବା ୪ ଯାତ୍ରୀ। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଜାରକା ଛକ ନିକଟରେ ଏହି ଅଘଟଣ ଘଟିଯାଇଛି।

ଜାତୀୟ ରାଜପଥରେ ଯାଉଥିବା ଏହି କାରଟିରେ ହଠାତ୍ ନିଆଁ ଲାଗିଯାଇଥିଲା। ଠିକ୍ ଏହି ସମୟରେ କାରରେ ଥିବା ୪ଜଣ ଯାତ୍ରୀ ବାହାରକୁ ବାହାରି ଆସିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସୂଚନା ଯୋଗ୍ଯ ସଟ୍ ସର୍କିଟ ଯୋଗୁ କାରଟିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.