Below header

ନାରାୟଣପାଟଣା ଛକରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ୨

ନାରାୟଣପାଟଣା ଜାମଡାୱ୍ବାଲସା ଛକ ନିକଟରେ ଜଳିଗଲା କାର । ସର୍ଟ ସର୍କିଟ ହୋଇ ପ୍ରବଳ ଧୁଆଁ ବାହାରିଥିଲା । ପରେ ନିଆଁ ଲାଗି ଜଳିଗଲା କାର । ନିଆଁ ଲିଭାଇବାକୁ ବହୁତ ଉଦ୍ୟମ କରିଥିଲେ ମଧ୍ୟ ଲିଭି ନଥିଲା ।

ନାରାୟଣପାଟଣା ଜାମଡାୱ୍ବାଲସା ଛକ ନିକଟରେ ଜଳିଗଲା କାର । ସର୍ଟ ସର୍କିଟ ହୋଇ ପ୍ରବଳ ଧୁଆଁ ବାହାରିଥିଲା । ପରେ ନିଆଁ ଲାଗି ଜଳିଗଲା କାର । ନିଆଁ ଲିଭାଇବାକୁ ବହୁତ ଉଦ୍ୟମ କରିଥିଲେ ମଧ୍ୟ ଲିଭି ନଥିଲା । ହୁତୁ ହୁତୁହୋଇ ନିମିଷକ ମଧ୍ୟରେ ଜଳିଯାଇଥିଲା କାର । କାରରେ ଥିଲେ ୨ ଜଣ ସାମ୍ବାଦିକ।

ତେବେ ସେମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଖବର ସଂଗ୍ରହ ସକାଶେ ନାରାୟଣପାଟଣାରୁ ବୋରିଗି ଯାଉଥିଲା ବେଳେ ଜାମଡାୱ୍ବାଲସା ଛକ ନିକଟରେ ଘଟିଥିଲା ଦୁର୍ଘଟଣା। ତେବେ କାରରେ ବସିଥିବା ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନାରାୟଣପାଟଣାରୁ ଅଗ୍ଜିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଲିଭାଇଥିଲେ । ସେତେବେଳକୁ ଗାଡିଟି ଜଳି ପାଉଁଶ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.