ଛୁଆ ହାତୀର ଚିକିତ୍ସା ପାଇଁ ମାଆ ହାତୀକୁ ଟ୍ରାଙ୍କୁଲାଇଜ,

ଛୁଆ ହାତୀର ଚିକିତ୍ସା ପାଇଁ ମାଆ ହାତୀକୁ ଟ୍ରାଙ୍କୁଲାଇଜ । ଦଳରୁ ଅଲଗା କରିବା ପାଇଁ ମାଆ ହାତୀକୁ ପ୍ରଥମେ ଟ୍ରାଙ୍କୁଲାଇଜ କରାଗଲା।

ଛୁଆ ହାତୀର ଚିକିତ୍ସା ପାଇଁ ମାଆ ହାତୀକୁ ଟ୍ରାଙ୍କୁଲାଇଜ। ଦଳରୁ ଅଲଗା କରିବା ପାଇଁ ମାଆ ହାତୀକୁ ପ୍ରଥମେ ଟ୍ରାଙ୍କୁଲାଇଜ କରାଗଲା। ପରେ ଛୁଆ ହାତୀକୁ ଚିକିତ୍ସା ଗରାଗଲା। ମାଆ ହାତୀକୁ ଟ୍ରାଙ୍କୁଲାଇଜ ପରେ ଅସୁସ୍ଥ ଛୁଆ ହାତୀକୁ ଉଦ୍ଧାର କରି ବନବିଭାଗ ଚିକିତ୍ସା କରୁଛି । କେନ୍ଦୁଝର ଜିଲ୍ଲା ପଦ୍ମପୁର ନର୍ସରୀରେ ରଖି ଚିକିତ୍ସା କରାଯାଉଛି । ଦରକାର ପଡ଼ିଲେ ତାକୁ ଅଧିକ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯିବ । ସପ୍ତାହେରୁ ଅଧିକ ଦିନ ଧରି ହାତୀ ଛୁଆଟି ଅସୁସ୍ଥ ଥିଲା। ତାକୁ ଉଦ୍ଧାର କରି ଚିକିତ୍ସା କରିବା ପାଇଁ ଡିଏଫଓ , ଏ ସି ଏଫ ଏବଂ ନନ୍ଦନକାନନରୁ ଆସିଥିବା ବିଶେଷଜ୍ଞ ଟିମ୍ ଉଦ୍ୟମ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.