Below header

ରାୟଗଡ଼ା : କ୍ଲାସରୁ ଦୌଡ଼ି ପଳାଇଲେ ଆଉ ୩ ମହଲା ଛାତରୁ ଖସି ପଡ଼ିଲେ ଛାତ୍ରୀ

ସ୍କୁଲରେ ବୟୋଲୋଜି କ୍ଲାସ ଚାଲିଥିବା ସମୟରେ ହଠାତ ସେ ବାହାରକୁ ଚାଲି ଯାଇଥିଲେ । ପରେ ସେ ଛାତରୁ ତଳକୁ ଖସି ପଡ଼ିଥିଲେ ।

ରାୟଗଡ଼ା (କେନ୍ୟୁଜ୍‌): ସ୍କୁଲ ଛାତରୁ ପଡି ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର । ଛାତ୍ରୀ ଆରାଧନା ମିଶ୍ର ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ସ୍କୁଲରେ ବୟୋଲୋଜି କ୍ଲାସ ଚାଲିଥିବା ସମୟରେ ହଠାତ ସେ ବାହାରକୁ ଚାଲି ଯାଇଥିଲେ । ପରେ ସେ ଛାତରୁ ତଳକୁ ଖସି ପଡ଼ିଥିଲେ । ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲା ବାରିଝୋଲା ନିକଟରେ ଥିବା ଶ୍ରୀଏକ ଶିକ୍ଷାନୁଷ୍ଠାନରେ। ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।.. ଏପଟେ ଆରାଧନାଙ୍କ ଘଟଣା ପରେ ସ୍କୁଲର ଅନ୍ୟ ୧୦ ଜଣ ଛାତ୍ର ଛାତ୍ରୀ ବେହୋସ ହୋଇ ଯାଇଥିଲେ । ସେମାନଙ୍କୁ ମଧ୍ୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।…. ଏନେଇ ନେଇ ଆମେ ଭେଟିଥିଲୁ ପ୍ରିନ୍ସପାଲଙ୍କୁ । ସେ ପ୍ରତିକ୍ରିୟାରେ କହିଛନ୍ତି କି ଆରାଧନାକୁ ବାନ୍ତି ଲାଗିବାରୁ ସେ କ୍ଲାସରୁମରୁ ବାହାରି ପଳାଇଥିଲେ । ତାପରେ ଛାତରୁ ପଡ଼ି ଯାଇଥିଲେ । ସେହିପରି ଛାତ୍ରୀ ଜଣକ ପଡିଯିବା ପରେ ସମସ୍ତେ ଡରି ଯିବାରୁ ଅନ୍ୟ ୧୦ ଜଣ ବେହୋସ ହୋଇ ଯାଇଥିଲେ । ଅବଶ୍ୟ ଏହି ପିଲାମାନେ ଏବେ ସୁସ୍ଥ ଅଛନ୍ତି ।
() ଅନ୍ୟ ପକ୍ଷରେ ଅଭିଭାବକମାନଙ୍କର କିଛି ଅଲଗା ଅଭିଯୋଗ ରହିଛି । chemistry laboratory ରେ chemical reaction ଯୋଗୁଁ ଅଘଟଣ ଘଟିଥିବା କୁହାଯାଉଛି । ତେବେ ଏପର୍ଯ୍ୟନ୍ତ ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଯାହାର ତଦନ୍ତ ହେବା ଦରକାର ବୋଲି ଅଭିଭାବକମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.