Below header

ଇସ୍କନ ମନ୍ଦିରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନେଇ ପ୍ରସ୍ତୁତି ଶେଷ, ୩ଟାରେ ରଥ ଟଣା

ଭୁବନେଶ୍ୱର ଇସ୍କନ ମନ୍ଦିରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନେଇ ପ୍ରସ୍ତୁତି ଶେଷ । ଏଥିପାଇଁ ଚଳଚଞ୍ଚଳ ହୋଇଛି ଇସ୍କନ ମନ୍ଦିର । ରଥ ଯାତ୍ରାର ନୀତିକାନ୍ତି ଅନୁସାରେ ସକାଳ ୭ଟା ୩୦ରେ ଦର୍ଶନ ଆରତୀ ପରେ ୮ଟା ୩୦ରେ ରଥ ପ୍ରତିଷ୍ଠା ହେବ ।

୧୦ଟା ୪୫ରେ ପହଣ୍ଡି ବିଜେ ହେବ । ପ୍ରଥମେ ବଳଭଦ୍ର ପରେ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ପହଣ୍ଡି ବିଜେ କରିବେ । ମଧ୍ୟାହ୍ନ ୧୨ ଟାରେ ଖରାବେଳ ଭୋଗ ପରେ ୨ଟାରେ ଛେରା ପହଁରା କରାଯାଇ ୩ଟାରେ ରଥଟଣା ହେବ । ଆଉ ତିନିରଥ ବାହାରିବେ ମାଉସୀ ମା’ ମନ୍ଦିରକୁ ।

ସୁଭଦ୍ରାଙ୍କ ରଥକୁ ମହିଳା ଭକ୍ତ ମାନେ ଟାଣିବାର ବିଧି ରହିଥିବା ବେଳେ ବଳଭଦ୍ର ଓ ଜଗନାଥଙ୍କ ରଥକୁ ଅନ୍ୟ ଭକ୍ତମାନେ ଟାଣିନେବେ । ସନ୍ଧ୍ୟା ୬ ଟାରେ ରଥ ପହଞ୍ଚିବାର ସମୟ ନିର୍ଘଣ୍ଟ ହୋଇଛି ।

ଏପଟେ ଆଜି ମହାପ୍ରଭୁଙ୍କ ନବ ଯୌବନ ବେଶରେ ଦର୍ଶନ କରିଛନ୍ତି ଭକ୍ତ । ୧୫ ଦିନ ଅଣସର ଘରେ ରହିବା ପରେ ଆଜି ଭାଇ ଭଉଣୀଙ୍କ ସହ ମହାପ୍ରଭୁ ଜଗନ୍ନାଥ ନବ ଯୌବନ ବେଶରେ ଦର୍ଶନ ଦେଇଛନ୍ତି ।..

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.