‘ଆଦିପୁରୁଷ’ର ସଂଳାପ ଲେଖକଙ୍କୁ ସୁରକ୍ଷା ଯୋଗାଇଲା ମୁମ୍ବାଇ ପୋଲିସ, ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ ମନୋଜ ମୁନ୍ତଶିର

ଫିଲ୍ମ ‘ଆଦିପୁରୁଷ’କୁ ନେଇ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ଏହାର ସଂଳାପ ଲେଖକ ମନୋଜ ମୁନ୍ତଶିରଙ୍କୁ ସୁରକ୍ଷା ଯୋଗାଇ ଦେଇଛି।

‘ଆଦିପୁରୁଷ’ ଆରମ୍ଭରୁ ହିଁ ଷ୍ଟାର୍ସ ଲୁକ୍‌ ଏବଂ VFXକୁ ନେଇ ବିବାଦରେ ଛନ୍ଦି ହୋଇଛି। କ୍ରିତି ସାନନ୍‌, ସୈଫ୍‌ ଅଲି ଖାନଙ୍କ ସହ ନିର୍ଦ୍ଦେଶକ ଓମ୍‌ ରାଉତ ଏବଂ ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତଶିର ମଧ୍ୟ ସୋସିଆଲ ମିଡିଆରେ ୟୁଜରମାନଙ୍କ ଟାର୍ଗେଟ୍‌କୁ ଆସିଛନ୍ତି।

ରିଲିଜ ପରେ ଏବେ ଫିଲ୍ମକୁ ନେଇ ଆହୁରି ଅଧିକ ବିବାଦ ବଢ଼ିଯାଇଛି। ଅଯୋଧ୍ୟାର ସନ୍ଥମାନେ ଏଠାରେ ଆଦିପୁରୁଷ ଉପରେ ବ୍ୟାନ୍‌ ଲଗାଇବାକୁ ଦାବି କରିଛନ୍ତି। ସେପଟେ ପାଲଘରରେ ଚାଲିଥିବା ଫିଲ୍ମର ସ୍କ୍ରିନିଂକୁ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ‘ଆଦିପୁରୁଷ’କୁ ନେଇ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ମନୋଜ ମୁନ୍ତଶିରଙ୍କୁ ସୁରକ୍ଷା ଯୋଗାଇ ଦେଇଛି।

ani
photo: jagran

ପ୍ରଭାସ ଓ କ୍ରିତି ସାନନ୍‌ ଷ୍ଟାରର୍‌ ଫିଲ୍ମକୁ ନେଇ ବଢ଼ୁଥିବା ବିବାଦ ମଧ୍ୟରେ ମନୋଜ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମୁମ୍ବାଇ ପୋଲିସଠାରୁ ସୁରକ୍ଷା ମାଗିଥିଲେ, ଯାହାପରେ ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇ ଦେଇଛି। ଏହାସହିତ ମାମଲାର ଯାଞ୍ଚ ମଧ୍ୟ କରୁଛି।

କହି ରଖୁଛୁ ଯେ ‘ଆଦିପୁରୁଷ’ରେ ହନୁମାନଙ୍କ ଦ୍ୱାରା କୁହାଯାଇଥିବା ସଂଳାପକୁ ସୋସିଆଲ ମିଡିଆରେ ‘ଛପରି ଭାଷା’ କୁହାଯାଇ ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତଶିରଙ୍କୁ ଖୁବ୍‌ ଟ୍ରୋଲ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.