Below header

ଛତିଆ ବଜାରରେ ଦୋକାନ ଭିତରକୁ ମାଡ଼ିଗଲା କାର, ଜଣେ ଆହତ

ଦୋକାନ ଭିତରକୁ ମାଡି ଗଲା କାର। ଜଣେ ଆହତ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଛତିଆ ମନ୍ଦିର ନିକଟରେ। ଆଜି ସନ୍ଧ୍ୟା ସମୟରେ କେନ୍ଦୁଝରରୁ ଏକ ପରିବାର ଛତିଆ ମନ୍ଦିରକୁ ଦର୍ଶନ ନିମନ୍ତେ କାରରେ ଆସିଥିଲା।

ଯାଜପୁର : ଦୋକାନ ଭିତରକୁ ମାଡି ଗଲା କାର। ଜଣେ ଆହତ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଛତିଆ ମନ୍ଦିର ନିକଟରେ। ଆଜି ସନ୍ଧ୍ୟା ସମୟରେ କେନ୍ଦୁଝରରୁ ଏକ ପରିବାର ଛତିଆ ମନ୍ଦିରକୁ ଦର୍ଶନ ନିମନ୍ତେ କାରରେ ଆସିଥିଲା। ପରିବାର ଲୋକେ ମନ୍ଦିରକୁ ଯାଇଥିବା ବେଳେ କୌଣସି କାରଣବଶତଃ ତାଙ୍କ ପୁଅ ମନ୍ଦିରକୁ ଯାଇନଥିଲେ।

ତେବେ ଏହି ସମୟରେ କାରଟି ରାସ୍ତା ମଝିକୁ ମାଡି ଯାଇ ଅନ୍ୟ ଏକ କାରକୁ ଧକ୍କା ଦେବା ସହ ବଜାରରେ ଥିବା ଏକ ଦୋକାନ ଭିତରକୁ ପଶି ଯାଇଥିଲା। ଏଥିରେ ଦୋକାନରେ ଥିବା ଜଣେ ଯୁବକ ଆହତ ହୋଇ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି ହୋଇଥିବା ଜଣାପଡିଛି। ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ଛତିଆ ବିଟ୍ ହାଉସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ଯକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ତଦନ୍ତ ଚଲାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.