ଶ୍ରମିକଙ୍କ ଉପରେ ମାଡ଼ି ଗଲା ଟ୍ରକ, ଶ୍ରମିକ ମୃତ

ଶ୍ରମିକଙ୍କ ଉପରେ ମାଡି ଗଲା ଟ୍ରକ। ଫଳରେ ଘଟଣାସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଅଘଟଣ ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ଠାରେ ଥିବା ରାମକୋ ସିମେଣ୍ଟ କରଖାନା ଗେଟ ସମ୍ମୁଖରେ।

ଯାଜପୁର : ଶ୍ରମିକଙ୍କ ଉପରେ ମାଡି ଗଲା ଟ୍ରକ। ଫଳରେ ଘଟଣାସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଅଘଟଣ ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ଠାରେ ଥିବା ରାମକୋ ସିମେଣ୍ଟ କରଖାନା ଗେଟ ସମ୍ମୁଖରେ।

ମୃତ ଶ୍ରମିକ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳର ରଞ୍ଜିତ ଦେହୁରୀ। ସେ ଆଜି କମ୍ପାନିର ଗେଟ ସମ୍ମୁଖରେ ଥିବା ରାସ୍ତା ପାରି ହେଉଥିବା ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯାଇଥିଲା।

ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଧର୍ମଶାଳା ପୋଲିସ ଶବକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.