ଭିଜିଲାନ୍ସ ଜାଲରେ ବୈପାରୀଗୁଡ଼ା ଥାନା ଆଇଆଇସି

ଭିଜିଲାନ୍ସ ଜାଲରେ ବୈପାରୀଗୁଡ଼ା ଥାନା ଆଇଆଇସି । ବୈପାରିଗୁଡାରୁ କଟକ ଆସୁଥିବା ବେଳେ ୨ ଲକ୍ଷ ୭୦ ହଜାର ଟଙ୍କା ସହିତ ଧରିଛି ଭିଜିଲାନ୍ସ। ଏହି ଟଙ୍କା କେଉଁଠୁ ଆସିଲା ତାହାର ସଠିକ ତଥ୍ୟ ଦେଇ ପାରୁ ନାହାନ୍ତି ଆଇଆଇସି ସୁଶାନ୍ତ ଶତପଥୀ ।

ଭିଜିଲାନ୍ସ ଜାଲରେ ବୈପାରୀଗୁଡ଼ା ଥାନା ଆଇଆଇସି । ବୈପାରିଗୁଡାରୁ କଟକ ଆସୁଥିବା ବେଳେ ୨ ଲକ୍ଷ ୭୦ ହଜାର ଟଙ୍କା ସହିତ ଧରିଛି ଭିଜିଲାନ୍ସ। ଏହି ଟଙ୍କା କେଉଁଠୁ ଆସିଲା ତାହାର ସଠିକ ତଥ୍ୟ ଦେଇ ପାରୁ ନାହାନ୍ତି ଆଇଆଇସି ସୁଶାନ୍ତ ଶତପଥୀ ।

ଟଙ୍କା ନେଇ ଓଏସଆରଟିସି ବସରେ କଟକ ଆସୁଥିବା ବେଳେ ଭିଜିଲାନ୍ସ ଧରିଛି । ଜୟପୁର ନିକଟରେ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି । ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି ଭିଜିଲାନ୍ସ ଟିମ। ବୈପାରିଗୁଡା ଆଇଆଇସିଙ୍କ ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ମୋଟ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.