ଟ୍ରକ୍‌ ପଛକୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌: ବେପାରୀଙ୍କ ସହ ୯ଟି ଗୋରୁଙ୍କ ମୃତ୍ୟୁ

କେନ୍ଦୁଝର(କେନ୍ୟୁଜ୍): ଟ୍ରକ୍‌ ପଛକୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌। ଦୁର୍ଘଟଣାରେ ଗୋରୁ ବେପାରୀଙ୍କ ସହ ୯ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ୬ଟି ଗୋରୁ ଆହତ ହୋଇଛନ୍ତି। ତେବେ ଏଯାଏ ଗୋରୁ ବେପାରୀଙ୍କ ପରିଚୟ ମିଳିନାହିଁ। କେନ୍ଦୁଝର ଜିଲ୍ଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ଶୁଆକାଟି ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା

ସୂଚନା ମୁତାବକ, ଆଜି ଭୋରରୁ ଶୁଆକାଟି ଛକ ନିକଟରେ ଏକ ଟ୍ରକ୍‌ ରାସ୍ତାକଡ଼ରେ ଠିଆ ହୋଇଥିଲା। ଏହି ସମୟରେ ଗୋରୁ ବୋଝେଇ ଟ୍ରକ୍‌ଟି  ଦ୍ରୁତ ଗତିରେ ଆସି ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା।