ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର : ସମାଜାସବୀ ତଥା ମୋଟିଭେସନାଲ ସ୍ପିକର ଆଦିତ୍ୟ ସୁନ୍ଦର ଦାସଙ୍କ ରହସ୍ୟଜନକ ମୃତ୍ୟୁର ସିବିଆଇ ତଦନ୍ତ କରିବାକୁ ଦାବି ହୋଇଛି । ଗତକାଲି ୟୋର୍ସ ହୋପ ଫାଉଣ୍ଡେସନ୍ ତରଫରୁ ଏହାର ସଦସ୍ୟମାନେ ଭୁବନେଶ୍ୱର ଠାରେ ଘଟଣାର ସିବିଆଇ ତଦନ୍ତ ଦାବି କରି ଧାରଣା ଦେଇଥିଲେ ।
ଗତ ୬ ତାରିଖ ଦିନ ଲିଙ୍ଗରାଜ ରେଳଷ୍ଟେସନ୍ ରେଳ ଧାରଣାରୁ ସନ୍ଦେହଜନକ ଭାବେ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଗରିବ ଲୋକଙ୍କ ବନ୍ଧୁ ଭାବେ କାର‌୍ୟ୍ୟ କରିବା ସହ ସେ ରାଜ୍ୟରେ ମଦବିରୋଧୀ ଆନ୍ଦୋଳନରେ ମଧ୍ୟ ସାମିଲ ଥିଲେ । ତେଣୁ ତାଙ୍କ ମୃତ୍ୟୁ ପଛର କାରଣ ନେଇ ସଠିକ୍ ତଦନ୍ତ କରିବାକୁୟୋର୍ସ ହୋପ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ରୀନାରାଣୀ ନାୟକ ଏବଂ ଅନ୍ୟ ସଦସ୍ୟମାନେ ଦାବି କରିଛନ୍ତି ।

 

Leave A Reply

Your email address will not be published.