Below header

BS6 ଇଞ୍ଜିନ ସହିତ ଲଞ୍ଚ ହେଲା Benelli Imperiale 400, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ଇଟାଲୀର ମୋଟର ସାଇକେଲ ପ୍ରସ୍ତୁତ କରୁଥିବା କମ୍ପାନୀ ବେନେଲି ଅପଡେଟେଡ୍ Imperiale 400 ରୂପେ ନିଜ ପ୍ରଥମ ବିଏସ ୬ ମୋଟରସାଇକେଲ୍ ଲଞ୍ଚ କରିଛି । ଯାହାର ଦାମ୍ ୧.୯୯ ଲକ୍ଷ ଟଙ୍କା । ବିଏସ୍ ୬ Benelli Imperiale 400 ପୁରୁଣା ମଡେଲ୍ ତୁଳନାରେ ୨୦,୦୦୦ ଟଙ୍କା ଅଧିକ ମହଙ୍ଗା । ମୋଟରସାଇକେଲ ୨ ଅନ୍ୟ କଲର ଅପ୍ସନ ବ୍ଲାକ୍ ଓ ରେଡରେ ମଧ୍ୟ ଉପଲବ୍ଧ ହେବ ଯେଉଁଥିପାଇଁ ୨.୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଏହାକୁ ଅନଲାଇନରେ ମଧ୍ୟ ବୁକ୍ କରିହେବ । ମାତ୍ର ୬,୦୦୦ ଟଙ୍କାରେ ଏହି ବାଇକ୍‌କୁ ବୁକିଂ କରିପାରିବେ। ମୋଟରସାଇକେଲ ଡେଲିଭରୀ ଅଗଷ୍ଟ ପ୍ରଥମ ସପ୍ତାହରେ ଆରମ୍ଭ ହେବ ବୋଲି କମ୍ପାନୀ କହିଛି।

ନୂଆ Benelli Imperiale 400 ମୋଟର ସାଇକେଲ ୩୭୪ ସିସି ସିଙ୍ଗଲ ସିଲିଣ୍ଡର, ଫ୍ୟୁଲ୍-ଇଞ୍ଜେକ୍ଟେଡ୍ ଇଞ୍ଜିନରେ ଉପଲବ୍ଧ ହେବ ଯାହାକି ବିଏସ ୪ ମଡେଲରେ ଦିଆଯାଇଥିଲା । ଖାସ୍ କଥା ଏହା ଯେ ବିଏସ ୬ରେ ଅପଗ୍ରେଡ୍ ହେବା ସତ୍ତ୍ୱେ ଟର୍କ ଓ ପାୱରରେ କୌଣସି ହ୍ରାସ ଦେଖିବାକୁ ମିଳିବନି । ଅପଡେଟେଡ୍ ଇଞ୍ଜିନ ୬୦୦୦ ଆରପିଏମରେ ୨୧ ହର୍ସ ପାୱରର ପିକ୍ ଆଉଟପୁଟ୍ ଓ ୩୫୦୦ ଆରପିଏମରେ ୨୯ ଏନଏମର ଟର୍କ ଜେନେରେଟ୍ କରିଥାଏ । ବିଏସ ୪ ଇଞ୍ଜିନରେ ୫୫୦୦ ଆରପିଏମରେ ୨୧ ହର୍ସ ପାୱର ଓ ୪୫୦୦ ଆରପିଏମରେ ୨୯ ଏନଏମର ଟର୍କ ମିଳିଥାଏ । ଏହି ବାଇକ୍‌ ପ୍ରତି ଲିଟରକୁ ୩୧.୨୫ କିମି ବାଟ ଅତିକ୍ରମ କରିପାରିବ।

beneli

ଇମ୍ପିରିୟଲ ୪୦୦କୁ ଭାରତରେ ପ୍ରଥମ ଥର ଅକ୍ଟୋବର ୨୦୧୯ରେ ୧.୬୯ ଲକ୍ଷ ଟଙ୍କା ଦାମରେ ଅଣାଯାଇଥିଲା । ଏହାକୁ ମର୍ଡନ-କ୍ଲାସିକ୍ କୁହାଯାଉଥିଲା, ଯେଉଁଥିରେ ଦାମ ହିସାବରେ ରୟଲ ଏନଫିଲ୍ଡ ୩୫୦କୁ ଚାଲେଞ୍ଜ ଦେଉଥିଲା । ଏବେ ନୂଆ ଦାମକୁ ଦେଖିବା Imperiale 400 ବେସ୍ ଡୁଆଲ୍-ଚ୍ୟାନେଲ୍ ଏବିଏସର କ୍ଲାସିକ୍ ୩୫୦(୧.୬୭ ଲକ୍ଷ ଟଙ୍କା)ରୁ ୩୦,୦୦୦ ଟଙ୍କା ଅଧିକ ମହଙ୍ଗା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.