Below header

ନିଶାସକ୍ତ ଅବସ୍ଥାରେ ଘଟିଲା ଅଘଟଣ: ବାପା-ପୁଅ ଝଗଡାରେ ଗଡିଲା ଜଣଙ୍କ ମୁଣ୍ଡ

ନବରଙ୍ଗପୁର(କେନ୍ଯୁଜ୍): ବାପାର ଠେଙ୍ଗା ମାଡରେ ପୁଅର ମୃତ୍ୟୁ ଅଭିଯୋଗ। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଥାନା ଅନ୍ତର୍ଗତ ଗୋଡିଙ୍ଗାରେ । ଗତକାଲି ରାତିରେ ବାପା ମାଧବ ମାଝୀଙ୍କ ଘରର ଅନ୍ୟ ସମସ୍ତ ସଦସ୍ୟ ଶୋଇବା ପାଇଁ ଚାଲିଯିବା ପରେ ବାପା ମାଧବ ମାଝୀ ଓ ପୁଅ କୃଷ୍ଣ ମାଝୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ପରେ ପୁଅର ଚିତ୍କାର ଶୁଣି ଘଟଣାସ୍ଥଳରେ ମା ଓ ତାଙ୍କ ଝିଅ ପହଞ୍ଚିଥିଲେ । ସେହି ସମୟରେ ପୁଅ କୃଷ୍ଣ ମାଝୀ ଅଚେତ ହୋଇ ତଳେ ପଡ଼ିଥିବା ଦେଖି ପରିବାର ଲୋକେ ତାଙ୍କୁ ପାଣି ପିଆଇ ମେଡିକାଲକୁ ନେବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା ।

ଗ୍ରାମବାସୀଙ୍କ କହିବା ଅନୁସାରେ ପୂର୍ବରୁ ମଧ୍ୟ ଉଭୟ ବାପା ଓ ପୁଅ ଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା। ଗ୍ରାମବାସୀଙ୍କ ତରଫରୁ ଅନେକ ଥର ଗଣ୍ଡଗୋଳ ସମାଧାନ କରିବା ପାଇଁ ଚେଷ୍ଟା କରାଯାଇଥିଲା । କିନ୍ତୁ ଗତକାଲି ରାତିରେ ମଦ୍ୟପାନ କରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ପୁଅକୁ ବାପା ହତ୍ୟା କରିଛି ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କୃଷ୍ଣ ମଦ୍ୟପାନ କରି ସ୍ତ୍ରୀ ସହିତ ଗଣ୍ଡଗୋଳ ହୋଇଥିଲା ଯାହାକୁ ନେଇ ପରିବାର ସଦସ୍ୟ ଚାଲିଯିବା ପରେ ପୁଅ ଓ ବାପା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ବାପା ଏକ ଠେଙ୍ଗା ସାହାଯ୍ୟ ରେ ପୁଅକୁ ହତ୍ୟା କରିଥିବା ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ଇନ୍ଦ୍ରାବତୀ ପୋଲିସ ପହଞ୍ଚି ବାପା ମାଧବ ମାଝୀଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.