Below header

କରୋନା ଯୁଦ୍ଧରେ ସାମିଲ ହେବା ପାଇଁ ଅଣ୍ଟା ଭିଡିଛନ୍ତି ମହିଳା, ଧାରଣ କରିଛନ୍ତି ଏମିତି ବେଶ

କରୋନା ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରିବା ସହ ଭାରତରେ ମଧ୍ୟ ବଢିବାକୁ ଲାଗିଛି। ଲୋକମାନେ ଏହାକୁ ନେଇ ଏବେ ଚଳିବା ଆରମ୍ଭ କଲେଣି। ପରସ୍ପର ମଧ୍ୟରେ ଦୂରତା ରକ୍ଷା କରି କରୋନାରୁ ମାତ୍‌ ଦେଇ ହେବ ବୋଲି ଲୋକେ ଜାଣିଗଲେଣି। ତେବେ ଏହି ସମୟରେ କିପରି ସଚେତନ ରହିବା ସେଥିପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଲୋକ ମଧ୍ୟ ସଚେତନତା ସୃଷ୍ଟି କରୁଛନ୍ତି।

Devi-maa

ରିପୋର୍ଟ ମୁତାବକ, ତାମିଲନାଡୁର ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଭାରତୀୟ ଲୋକ ଦେବାଦେବୀ ଉପରେ ବିଶ୍ୱାସ କରନ୍ତି। ଠାକୁରଙ୍କୁ ପୂଜିବା ଦ୍ୱାରା କରୋନା ଭାଇରସ ଚାଲିଯିବ ବୋଲି ମଧ୍ୟ ଅନେକଙ୍କର ବିଶ୍ୱାସ ରହିଛି। ତେଣୁ ଏମିତି ବେଶରେ ଲୋକଙ୍କୁ ସଚେତନତା କରିବା ପାଇଁ ଅଣ୍ଟା ଭିଡିଛନ୍ତି ମହିଳା। ଫଟୋରେ ଜଣେ ମହିଳା ଦେବୀ ମା’ ରୂପ ଧାରଣ କରି ଲୋକଙ୍କୁ ମାସ୍କ ବାଣ୍ଟୁଥିବା ଦେଖିବାକୁ ମିଳିଛି। ତାମିଲନାଡୁର ଦେହାତ ଅଞ୍ଚଳରେ ଦେବୀ ମରିୟାମନଙ୍କୁ ଲୋକେ ପୂଜା କରୁଥିବାର ମହିଳା ଜଣକ ଉକ୍ତ ଦେବୀଙ୍କ ରୂପରେ ଲୋକଙ୍କୁ ସଚେତନ କରୁଛନ୍ତି।


ସେହିପରି ଦିଲ୍ଲୀ ଜଣେ ପୋଲିସ ସ୍ଥାନୀ ଜଣେ କଳାକାରଙ୍କ ସହଯୋଗରେ ଲୋକଙ୍କୁ ସଚେତନ କରିବା ପାଇଁ ଯମ ରାଜାର ସହାୟତା ନେଇଛନ୍ତି। କିପରି ସାମାଜିକ ଦୂରତ୍ୱ ରକ୍ଷା କରିବ, ହାତ ଧୋଇବ ସେ ନେଇ ଯମରାଜ ବେଶରେ ଲୋକଙ୍କୁ ବୁଝାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.