ଫେସ୍‌ବୁକ୍‌ ମେସେଞ୍ଜର, ହ୍ଵାଟ୍ସଆପ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ୟୁଜର ପରସ୍ପର ସହ କରିପାରିବେ ଚାଟ୍‌

ଖୁବ୍‌ଶୀଘ୍ର ଫେସ୍‌ବୁକ ମେସେଞ୍ଜର, ହ୍ଵାଟ୍ସଆପ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ୟୁଜର ପରସ୍ପର ସହ କଥାବାର୍ତ୍ତା କରିପାରିବେ। ଏନେଇ ଫେସ୍‌ବୁକ୍‌ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଫେସ୍‌ବୁକ୍‌ ନିଜ ହ୍ଵାଟ୍ସଆପ୍‌, ମେସେଞ୍ଜର ଓ ଇନ୍‌ଷ୍ଟାଗ୍ରାମ୍‌ ମଧ୍ୟରେ ଏକ ଯୋଗାଯୋଗ ଆରମ୍ଭ କରିବାକୁ ଯାଉଛି। ଫଳରେ ଏହି ୩ଟି ଆପ୍‌ ୟୁଜର ପରସ୍ପର ସହ କଥାବାର୍ତ୍ତା ହୋଇପାରିବେ। କେବଳ ଏତିକି ନୁହେଁ ୟୁଜରମାନେ ପରସ୍ପର ମଧ୍ୟରେ ଫଟୋ, ଭିଡିଓ ଓ ଡକ୍ୟୁମେଣ୍ଟ ମଧ୍ୟ ସେୟାର କରିପାରିବେ। ପ୍ରକାଶ ଯେ ଗତବର୍ଷ ଫେସ୍‌ବୁକ ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ଵାଟ୍ସଆପ୍‌କୁ କିଣିଥିଲା।

Facebook planning to merge Instagram, WhatsApp and Messenger chats

ଏହା ପରେ ମାର୍କ ଜୁକରବର୍ଗ କହିଥିଲେ ଯେ ସେ ଏହି ୩ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ମର୍ଜ ବା ଏକାଠି କରିବାକୁ ଯୋଜନା କରୁଛନ୍ତି। ଏବେ କମ୍ପାନୀ ମେସେଞ୍ଜର ସହ ହ୍ଵାଟ୍ସଆପ୍‌କୁ ଯୋଡ଼ିବାକୁ ଚେଷ୍ଟା ଚଳାଇଛି। ଏହା ପରେ ଇନ୍‌ଷ୍ଟାଗ୍ରାମ୍‌କୁ ମଧ୍ୟ ଯୋଡ଼ାଯିବ। ଏହି ଫିଚର ଆସିବା ପରେ ୟୁଜର ସହଜରେ ମେସେଞ୍ଜର ମାଧ୍ୟମରେ ହ୍ଵାଟ୍ସଆପ୍‌ରେ ବି ଚାଟ୍‌ କରିପାରିବେ।

WhatsApp, Instagram and Facebook Messenger to be 'integrated' as ...

ରିପୋର୍ଟ ମୁତାବକ ଫେସ୍‌ବୁକ୍‌ ଏବେ ଏକ ଲୋକାଲ ଡାଟାବେସ୍‌ ପ୍ରସ୍ତୁତ କରୁଛି। ଏହି ଡାଟାବେସ୍‌ ହ୍ଵାଟ୍ସ ଆପ୍‌ ୟୁଜରଙ୍କୁ ମେସେଜ୍‌ ଓ ଅନ୍ୟ ସେବା ଯୋଗାଇବାରେ ସାହାଯ୍ୟ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.