Whatsapp କମ୍ପାନୀ ନିଜ ସ୍କ୍ରିନରେ ଜାରି କଲା ଆନିମେଟେଡ଼ ଷ୍ଟିକର୍ସ, ଏହି ଉପାୟରେ କରନ୍ତୁ ୟୁଜ

ବିଶ୍ୱର ସର୍ବାଧିକ ଲୋକପ୍ରିୟତା ହାସଲ କରିଥିବା ଫେସବୁକ କମ୍ପାନୀ ନିଜ ବିଟା ଫେଜ ଆରମ୍ଭ କରିବା ପରେ ହ୍ବାର୍ଟ୍ସଆପ କମ୍ପାନୀ ନିଜ ସାଇଡ କିଛି ଏନିମେଟେଡ଼ ଷ୍ଟିକର୍ସ ଜାରି କରିଛି । ଜାରି ହୋଇଥିବା ଏହି ନୂଆ ଫିଚର ଆଣ୍ଡ୍ରଏଡ଼ ଓ ଆଇଓଏସରେ ଉପଲବ୍ଧ ହୋଇପାରିବ ବୋଲି କମ୍ପାନୀ ତରଫରୁ ଜାରି ହୋଇଥିବା ସୂଚନାରେ କୁହାଯାଇଛି । ଏହାକୁ ପ୍ଲେ-ଷ୍ଟୋରରୁ ଅପଡ଼େଟ କରାଯାଇପାରିବ । ଡାଉନ ଲୋଡ଼ କରିବା ପାଇଁ ଆନିମେଟେଡ଼ ଷ୍ଟିକର୍ସର ଚାରୋଟି ପ୍ୟାକ ଉପଲବ୍ଧ ଅଛି । ଯଦି ଆପଣ “ହ୍ବାର୍ଟ୍ସ ଆପ “ରେ ନୂଆ ଆନିମେଟେଡ଼ ଷ୍ଟିକର ଟ୍ରାଏ କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆଯାଇଥିବା ସ୍ଟେପରେ ଡାଉନ ଲୋଡ଼ କରି ନିଜ ସାଙ୍ଗସାଥି, ପରିବାର ବର୍ଗ ତଥା ଅନ୍ୟ ମାନଙ୍କୁ ଅତି ସହଜରେ ପଠାଇ ପାରିବେ । କୋୖଣସି ସାଧାରଣ ଷ୍ଟିକର୍ସକୁ ଡାଉନ ଲୋଡ଼ କରିବା ପରି ଏହାକୁ ଡାଉନ ଲୋଡ଼ କରାଯାଇପାରିବ ।

ଏବେ ଜାଣିରଖନ୍ତୁ ଡାଉନ ଲୋଡ଼ କରିବାର ପ୍ରକ୍ରିୟା:

– ସର୍ବ ପ୍ରଥମେ ନିଜ ହ୍ବାର୍ଟ୍ସଆପ ଅପଡେଟ କରନ୍ତୁ ।

– ଏବେ କୌଣସି Chat Windowକୁ ଯାଆନ୍ତୁ । ଟେକ୍ସଟ ମେସେଜର ବାମ ପଟରେ ଥିବା ସ୍ମାଇଲି ଆଇକନ ଉପରେ ଟ୍ୟାପ କରନ୍ତୁ ।

whatsapp

– ଏହା ପରେ + ଆଇକନ ଉପରେ ଟ୍ୟାପ କରନ୍ତୁ ।

– ଏବେ ନିଜ ପସନ୍ଦର ଷ୍ଟିକର ବାଛନ୍ତୁ ।

– ଏହାକୁ ଲାଇବ୍ରେରୀରେ ଯୋଡିବା ପାଇଁ ଡାଉନ ଲୋଡ଼ ବଟନ ଉପରେ କ୍ଲିକ କରନ୍ତୁ ।

ଷ୍ଟିକର ପଠାଇବାର ଶୈଳୀ:

ନିଜ ଫୋନର Chat Windowକୁ ଯାଇ ଷ୍ଟିକର୍ସ ସେକ୍ସନ ଖୋଲନ୍ତୁ । ଯେଉଁ ଷ୍ଟିକର ଆପଣ ପଠାଇବାକୁ ଚାହୁଁଛନ୍ତି ତାହା ଉପରେ କ୍ଲିକ କରନ୍ତୁ ।

ଜାଣି ରଖନ୍ତୁ, ଏହି ଆନିମେଟଡ଼ ଷ୍ଟିକର ମାତ୍ର ଥରେ ହିଁ ପ୍ଲେ ହେବ । ଯଦି ଆପଣ ଆନିମେସନ ପୁଣି ଥରେ ଦେଖିବାକୁ ଚାହୁଁଥିଲେ ତେବେ ୟୁଜର ମାନେ ରିଫ୍ରେଶ କରିବା ସହ ସ୍କ୍ରଲ କରି ପାରିବେ । କହିରଖିବା ଉଚିତ ହେବକି, ଏହି ନୂଆ ଫିଚର ବିଷୟରେ କମ୍ପାନୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ହିଁ ସୂଚନା ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.