Below header

ସଙ୍କଟରେ ମା ରାମଚଣ୍ଡୀଙ୍କ ପୀଠର ଆକର୍ଷଣ ପାଲଟିଥିବା ରଙ୍ଗବେରଙ୍ଗର କୁକୁଡା, ଖାଦ୍ଯ ଅଭାବକୁ ପାଇବାକୁ ବସିଲେଣି ଲୋପ

ବେଗୁନିଆ: ରଙ୍ଗବେରଙ୍ଗର କୁକୁଡା । କିଏ ଗଛ ଡାଳ ଉପରେ ବସିତ ତ, କିଏ ପାହାଡ ଉପରେ । ପୁଣି ଆଉ କିଏ ନିଜ ନିଜ ଭିତରେ ଲଢେଇ କରୁଛନ୍ତି । କୁକୁଡୁ କୁକୁଡୁ ଶବ୍ଦରେ ଫାଟି ପଡୁଛି ସାରା ପରିବେଶ । ଏ ହେଉଛି ବେଗୁନିଆ ବ୍ଳକ୍ ଗଡମାଣିତ୍ରୀଠାରେ ଥିବା ପ୍ରମୁଖ ପର୍ଯ୍ଯଟନ କ୍ଷେତ୍ର ମା ରାମଚଣ୍ଡୀଙ୍କ ପୀଠ। ଯେଉଁଠାକୁ ପ୍ରତିଦିନ ଆସିଥାନ୍ତି ଶହ ଶହ ସଂଖ୍ଯକ ପର୍ଯ୍ଯଟକ ଏବଂ ଶ୍ରଦ୍ଧାଳୁ । ଆଉ ସେମାନଙ୍କ ପାଇଁ ମୁଖ୍ଯ ଆକର୍ଷଣ ପାଲଟିଥାନ୍ତି ଏହି ରଙ୍ଗବେରଙ୍ଗର କୁକୁଡା ।

henଏଠାରେ ଆରାଧ୍ଯ ଦେବୀ ମା ରାମଚଣ୍ଡୀ । ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରସିଦ୍ଧ। ଆଉ ଭକ୍ତଙ୍କ ମନକାମନା ପୂରଣ ହୋଇଗଲେ ବହୁ ଭକ୍ତ ମାଙ୍କ ନିକଟରେ ଏକ ଗଞ୍ଜା କି କୁକୁଡା ଆଣି ଛାଡିଥାନ୍ତି । ପାହାଡିଆ ଜଙ୍ଗଲ ପରିବେଶ ହେତୁ ଏଠାକୁ ଆସିଥାନ୍ତି ବହୁ ପର୍ଯ୍ଯଟକ । ଅନେକ ସମୟରେ ବଣ ଭୋଜି ମଧ୍ଯ କରିଥାନ୍ତି । ପର୍ଯ୍ଯଟକ ମାନଙ୍କଠାରୁ ଖାଦ୍ଯ ଖାଇ ବେଶ୍ ଆନନ୍ଦରେ ବଢିଥାନ୍ତି  ଏହି କୁକୁଡାମାନେ ।

chickenହେଲେ ବର୍ତ୍ତମାନ କରୋନା ଲକ୍ ଡାଉନ୍ ଫଳରେ ଦୀର୍ଘ ଚାରି ମାସ ହେବ ସବୁ କିଛି ଯେମିତି ସ୍ଥିର ହୋଇପଡିଛି । ସାରା ବିଶ୍ବରେ ଏହାର ପ୍ରଭାବ ପରିଲିକ୍ଷିତ ହୋଇଛି। ପର୍ଯ୍ଯଟକମାନେ ଏଠାକୁ ଆଉ ଆସୁନାହାନ୍ତି । ଯାହାଫଳରେ ଖାଦ୍ଯ ଅଭାବରୁ ଏହି କୁକୁଡା ମାନଙ୍କ ସଂଖ୍ଯା ହ୍ରାସ ପାଇବାକୁ ଲାଗିଲାଣି । ତେବେ ବର୍ତ୍ତମାନ ଏମାନଙ୍କ ସୁରକ୍ଷା ନିହାତି ଆବଶ୍ଯକ ହୋଇପଡିଛି । ଏଦିଗରେ ସ୍ଥାନୀୟ ପ୍ରଶାସନ ପଦକ୍ଷପ ନେବାକୁ ସାଧାରଣରେ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.