ଘଣ୍ଟା ଘଣ୍ଟା ଧରି ପିପିଇ କିଟ୍‌ ପିନ୍ଧି ଥକ୍କିଗଲେଣି କରୋନା ଯୋଦ୍ଧା, ଫଟୋ କହୁଛି ମନର କଥା

ପିପିଇ କିଟ୍‌ ପିନ୍ଧି କାମ କରିବା କୌଣସି ତପସ୍ୟା ଠାରୁ ମଧ୍ୟ କମ୍‌ ନୁହେଁ। ଏହାକୁ ଘଣ୍ଟା ଘଣ୍ଟା ଧରି ପିନ୍ଧିବା ବହୁତ ମୁସ୍କିଲ ହୋଇଥାଏ। ମାତ୍ର କରୋନା ସମୟରେ ଆଗଧାଡିର ଯୋଦ୍ଧାମାନେ ଏହା ପିନ୍ଧି ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ କାମ କରୁଛନ୍ତି। ସେମାନଙ୍କ ବଳିଦାର ଅନେକ ଚିତ୍ର ଆମ ସମ୍ମୁଖକୁ ଆସିସାରିଛି। ଯାହାକୁ ଦେଖି ଲୋକ କରୋନା ଯୋଦ୍ଧାଙ୍କ ପରିଶ୍ରମକୁ ସଲାମ କରିଛନ୍ତି।

ଏମିତି ଜଣେ ନର୍ସ ପିପିଇ କିଟ୍‌ ପିନ୍ଧି ରାସ୍ତାରେ ବସିଥିବା ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏହି ଫଟୋ ଆସାମର ଖାନପଡା କୋଡିଭ-୧୯ ହସପିଟାଲର ବୋଲି କୁହାଯାଉଛି। ଏହି ଫଟୋକୁ ଦେଖିଲେ କୋଭିଡର ଆଗଧାଡିର ଯୋଦ୍ଧାଙ୍କ ସମର୍ପଣ ଏବ ପରିଶ୍ରମ ବିଷୟରେ ସ୍ପଷ୍ଟ ବାରି ହୋଇପଡୁଛି। ଏହି ଫଟୋକୁ ରୋନ ବିକାଶ ଗୌରବ ନାମକ ଜଣେ ବ୍ୟକ୍ତି ସେୟାର କରିଛନ୍ତି। ଏହାକୁ ଶେୟାର କରିବା ସହ ଲେଖିଛନ୍ତି, ବର୍ତ୍ତମାନ ଗୋଆହାଟିର ତାପମାତ୍ରା ପ୍ରାୟ ୩୨ ଡିଗ୍ରୀ ସେଲସିୟସ ରହିଛି। ଏହି ଯୋଦ୍ଧାମାନେ କିପରି ରହୁଥିବା କଳ୍ପନା କରିବାକୁ ସେ କହିଛନ୍ତି।

ଅଧିକାଂଶ ଲୋକ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଲମ୍ବାର ସିଫ୍ଟକୁ ନେଇ ଚିନ୍ତା କରୁଛନ୍ତି। ସେମାନେ ନିଜ ଘର ଏବଂ ପରିବାର ଠାରୁ ଦୂରରେ ରହୁଛନ୍ତି। ସେମାନେ ଘଣ୍ଟା ଘଣ୍ଟା ଧରି ପିପିଇ କିଟ୍‌ ପିନ୍ଧି ରହିଛନ୍ତି। କମ୍‌ ନିଦ ଏବଂ ଅଧିକ କାମ ଯୋଗୁଁ ଥକ୍କିପଡୁଛନ୍ତି। କିନ୍ତୁ ନିଜ କର୍ମରୁ ପଛକୁ ଫେରୁନାହାନ୍ତି। ଏହାକୁ ଦେଖିବା ପରେ ଅନେକ ଲୋକ ରିଟ୍ଵିଟ୍‌ କରିବା ସହିତ କରୋନା ଯୋଦ୍ଧାଙ୍କ ପରିଶ୍ରମକୁ ସଲାମ କରିଛନ୍ତି। ଦେଶରେ କରୋନା ଯୋଦ୍ଧାଙ୍କୁ ନେଇ ଅନେକ ଲୋକେ ଗର୍ବ ମଧ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.