Below header

ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ବିବନ ବିଶ୍ୱାଳକୁ ବାରଙ୍ଗ ନେଇ ସିନ୍‌ ରିକ୍ରିଏସନ୍ କରୁଛି ସିବିଆଇ‌

ଭୁବନେଶ୍ବର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସିନ୍‌ ରିକ୍ରିଏସନ୍‌। ଅଭିଯୁକ୍ତ ବିବନ ବିଶ୍ୱାଳକୁ ବାରଙ୍ଗ ନେଇ ସିନ୍‌ ରିକ୍ରିଏସନ୍‌ କରିଛି । କେମିତି ଥିଲା ସେ ଦିନର ଘଟଣା ଘଟଣାସ୍ଥଳକୁ ନେଇ ତନାଘନା କରିଛି ସିବିଆଇ। ୨ ଦିନିଆ ରିମାଣ୍ଡରେ ନେଇ ଅଭିଯୁକ୍ତ ମୁହଁରୁ ସତ ବାହାର କରୁଛି ସିବିଆଇ। ପ୍ରଥମ ଦିନରେ ମାରାଥନ୍‌ ଜେରା କରିଛି ଟିମ୍‌ ।

ପ୍ରଶ୍ନ ପରେ ପ୍ରଶ୍ନ ପଚାରି ବିବନ ପାଖରୁ ୨୨ ବର୍ଷ ତଳର ଜଘନ୍ୟକାଣ୍ଡ ବାବଦରେ ଅଧିକ ତଥ୍ୟ ହାସଲ କରୁଛି ସିବିଆଇ । ଓଡ଼ିଶାରୁ କେମିତି ଚମ୍ପଟ ମାରିଥିଲା ? କେବେ ଛାଡ଼ିଥିଲା ଓଡ଼ିଶା ? ସେଦିନରୁ ଗିରଫ ହେବା ଭିତରେ କେଉଁମାନଙ୍କ ସହ ସମ୍ପର୍କରେ ଥିଲା ? ପ୍ରଥମ ଦିନରେ ବିବନକୁ ଏମିତି ଅନେକ ପ୍ରଶ୍ନ ପଚାରିଛି ସିବିଆଇ। ଖୋଳତାଡ ପାଇଁ ବିବନକୁ ତା ଘରକୁ ନେଇପାରେ ସିବିଆଇ ଟିମ୍‌ । ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ ସହ ଅଭିଯୁକ୍ତର ହେବ ବୟାନ ରେକର୍ଡ । ଆବଶ୍ୟକ ପଡ଼ିଲେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଆବେଦନ କରିପାରେ ସିବିଆଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.