Below header

ବାହାନଗା ଟ୍ରେନ୍‌ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରେଳବାଇ ବୋର୍ଡ ସୁପାରିସ କରିଛି : ଅଶ୍ୱିନୀ ବୈଷ୍ଣବ

ଓଡ଼ିଶା ରେଳ ଦୁର୍ଘଟଣାର ତଦନ୍ତ କରିବ ସିବିଆଇ। ଜୁନ ୨ତାରିଖରେ ବାହାନଗାରେ ହୋଇଥିବା ଦୁର୍ଘଟଣାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ୱାରା ତଦନ୍ତ କରାଇବାକୁ ରେଲୱେ ବୋର୍ଡ ସୁପାରିଶ କରିଛି। ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

(କେନ୍ୟୁଜ): ଓଡ଼ିଶା ରେଳ ଦୁର୍ଘଟଣାର ତଦନ୍ତ କରିବ ସିବିଆଇ। ଜୁନ ୨ତାରିଖରେ ବାହାନଗାରେ ହୋଇଥିବା ଦୁର୍ଘଟଣାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ୱାରା ତଦନ୍ତ କରାଇବାକୁ ରେଲୱେ ବୋର୍ଡ ସୁପାରିଶ କରିଛି। ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏନେଇ ଅଶ୍ବିନୀ ବୈଷ୍ଣବ ରବିବାର ସନ୍ଧ୍ୟାରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା? ଏଥି ପାଇଁ କେଉଁମାନେ ଦାୟୀ? ଏହାର ବିସ୍ତୁତ ତଦନ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।

ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରେ ଲୁପ ଲାଇନରେ ମାଲଗାଡ଼ି ସହ ଧକ୍କା ହୋଇଥିଲା। ସେହି ସମୟରେ ଅତିକ୍ରମ କରୁଥିବା ୟଶୱନ୍ତପୁର- ହାଓଡା ଏକ୍ସପ୍ରେସର କିଛି ବଗି କରମଣ୍ଡଳ ସହ ଧକ୍କା ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୨୭୫ ଜଣଙ୍କ ଜୀବନହାନି ହୋଇଥିବା ବେଳେ ଏକହଜାରରୁ ଅଧିକ ଆହତ ହୋଇଛନ୍ତି। ଟ୍ରେନ୍‌ ଦୁର୍ଘଟଣା ପରେ ବାଲେଶ୍ବର, ଭଦ୍ରକ, ସୋରର ସାଧାରଣ ଜନତାଙ୍କ ସମେତ ରେଳବାଇ ଓ ଜିଲ୍ଲାପ୍ରଶାସନ ମିଶି ଉଦ୍ଧାର କାର୍ଯ୍ୟ କରିଛନ୍ତି। ଏପର୍ଯ୍ୟନ୍ତ ମୁଖ୍ୟ ଲାଇନ୍‌ ସମେତ ୨ଟି ଲାଇନ୍‌ କାମ ଶେଷ ହୋଇଛି। ବିଦ୍ୟୁତ କାମ ଜାରି ରହିଛି। କଟକ, ବାଲେଶ୍ବର ଓ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯାତ୍ରୀମାନଙ୍କୁ ଭେଟିଛି। ଆହତଙ୍କୁ ଭଲ ଚିକିତ୍ସା ଦିଆଯାଉଛି। ଦେଶବ୍ୟାପି ଯେଉଁଠାରୁ ଯାତ୍ରୀମାନେ ଆସିଥିଲେ, ସେମାନଙ୍କର ପରିବାର ସହିତ ରେଳବାଇ ଓ ସରକାର ସଂପର୍କରେ ଅଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.