Below header

ରାୟଗଡା ଜିଲ୍ଲାରେ ଆକ୍ସନ୍ ମୁଡରେ ପୋଲିସ୍ : ଚୋରଙ୍କୁ କାବୁ କରିବାକୁ ସହର ସାରା ଲାଗିବ ସିସିଟିଭି

ରାୟଗଡା ଜିଲ୍ଲାରେ ଚୋରି ରାହଜାନି ଦିନକୁ ଦିନ ବଢିବାରେ ଲାଗିଛି। ତେଣୁ ଜିଲ୍ଲାରେ ଆକ୍ସନ୍ ମୁଡରେ ପୋଲିସ୍।ଚୋରଙ୍କୁ କାବୁ କରିବାକୁ ସହର ସାରା ଲାଗିବ ସିସିଟିଭି।

ରାୟଗଡା (କେନ୍ୟୁଜ): ରାୟଗଡା ଜିଲ୍ଲାରେ ଚୋରି ରାହଜାନି ଦିନକୁ ଦିନ ବଢିବାରେ ଲାଗିଛି । ସୀମାନ୍ତ ପଡୋଶୀ ଆନ୍ଧ୍ରପ୍ରଦେଶର ଚୋର ଦଳ ଆସି ଅପରାଧ କରି ଚାଲିଯାଉଛନ୍ତି । ଏଭଳି କି ସ୍ପଷ୍ଟ ଦିବାଲୋକରେ ଚେନ ଲୁଟ ଠାରୁ ଆରମ୍ଭ କରି ତାଲା ଭାଙ୍ଗି ଘରେ ପଶି ଲୁଟ କରିବା ନେଇ ସହରରେ ଆତଙ୍କ ଖେଳି ଯାଇଛି । ଚୋରଦଳଙ୍କୁ କାବୁ କରିବା ନେଇ ପୋଲିସ ଏବେ ପୁରା ଆକ୍ସନ୍ ମୁଡରେ । ଲୋକଙ୍କୁ ସୁରକ୍ଷା ନେଇ ପୋଲିସ୍ ଆଉ ଦୁଇ ପାଦ ଆଗେଇ ଯାଇଛି ।

ସତ କହିବାକୁ ଗଲେ ରାୟଗଡା ସହରରେ କ୍ରାଇମ ରେଟ ହଠାତ ବଢିବାରେ ଲାଗିଲା। ସ୍ଥାନୀୟ ଲୋକେ ଭୟଭୀତ ହେଲେ । ପୋଲିସ ନିଷ୍ଠାର ସହିତ କାମ କରି ଚୋରଦଳକୁ ଧରିବାରେ କେତେକାଂଶରେ ସଫଳ ମଧ୍ୟ ହେଲେ। ବାରମ୍ବାର ଚୋରି,ସୁନା ଚେନ ଲୁଟ ଘଟଣା ପରେ ପୋଲିସ ଆଉ ହାତେର ହାତ ବାନ୍ଧି ବସିନାହିଁ ।ସବୁଦିନ ପାଇଁ ସହର ବାସୀଙ୍କୁ ଶାନ୍ତ ଓ ଭୟମୁକ୍ତ ଜୀବନ ବିତେଇବା ପାଇଁ ପୋଲିସ୍ ସହରରେ ସିସିଟିଭି ଲଗାଇବା ଆରମ୍ଭ କରିଛି।

cctv camera

ବିଭିନ୍ନ ସମୟରେ ଟ୍ରାଫିକ ନିୟମ ଉଲଂଘନ କରି ପୋଲିସ ହେଉ କି ପରିବହନ ବିଭାଗକୁ ଚକମା ଦେଇ ଦୋଷି ଖସି ଯିବାରେ ସକ୍ଷମ ହେଉଛନ୍ତି। ସିସିଟିଭି ଲାଗିବା ଫଳରେ ସେସବୁଥିରେ ଲଗାମ୍ ଲଗାବାରେ ସକ୍ଷମ ହେବ। ସହରରେ ପ୍ରଥମ ପର୍ଯ୍ୟାୟରେ ୧୦୫ ଗୋଟି ସିସିଟିଭି ଲାଗିବ । ଏଥିନେଇ ସହରବାସୀ ମଧ୍ୟ ଧିରେ ଧିରେ ସିସିଟିଭି ଲଗେଇବା ଆରମ୍ଭ କଲେଣି ।

୫ ମେଗାପିକ୍ସଲ ଏଚି.ଡି ର ଉନ୍ନତମାନର ଏ.ଏନ୍.ପି.ଆର୍ ଓ ପିଟିଜେଡକ୍ୟାମେରା ଲଗାଯାଇଛି। ସହରର ଅନେକ ସକ୍ଷମ ବ୍ୟକ୍ତି ମଧ୍ୟ ପୋଲିସକୁ ସହଯୋଗ କରି ସିସିଟିଭି ଲଗେଇବା ପାଇଁ ପୋଲିସ୍ ତରଫରୁ ଅନୁରୋଧ କରାଯାଇଛି । ସହରରେ କ୍ରାଇମ ରେଟ କେମାଇବା ପାଇଁ ପୋଲିସ ସହିତ ସହରବାସୀ ସହଯୋଗର ହାତ ମିଶାଇବା ଆବଶ୍ଯକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.