iPhoneର ଏହି ସିକ୍ରେଟ ଫିଚର୍ସ, ଯାହା କାମକୁ କରିଦିଏ ଆହୁରି ସହଜ

iPhoneର ସିକ୍ରେଟ ଫିଚର୍ସ। ଆଇଫୋନରେ ଏମିତି ଅନେକ ଫିଚର୍ସ ରହିଛି ଯାହା ୟୁଜର୍ସଙ୍କୁ ମଧ୍ୟ ଜଣାନଥାଏ। ଆଜି ଆମେ ସେହିସବୁ ଫିଚର୍ସ ସମ୍ପର୍କରେ କହିବୁ । ଯାହାଦ୍ୱାରା ଆପଣଙ୍କ କାମ ଆହୁରି ସହଜ ହୋଇଯିବ।

ଆଇଫୋନର ଯେକୌଣସି ମଡେଲ ମାର୍କେଟକୁ ଆସୁ ତାକୁ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ରେସ୍‌ ଲାଗିଥାଏ।ଦାମ ଅଧିକ ହେଲେ ବି ଟିକେ ବି ଚିନ୍ତା କରୁନାହାନ୍ତି ଯେ ସେ ସବୁ ର ଆବଶ୍ୟକତା କେତେ। ଏମିତି କଣ ଅଛି ଆଇଫୋନରେ ଯାହାକୁ ଗ୍ରାହକ ଏତେ ମାତ୍ରାରେ ପସନ୍ଦ କରୁଛନ୍ତି?

iPhone ସାରା ଦୁନିଆରେ ବେଶ ପପୁଲାର। ଏହାର ଦାମ ଅଧିକା ହେଲେ ବି ଏହାକୁ କିଣିବାକୁ ଲୋକ ପସନ୍ଦ କରନ୍ତି। କାରଣ ଏଥିରେ ଥିବା ବେଷ୍ଟ ଫିଚର୍ସ। ଅନ୍ୟ ସ୍ମାର୍ଟଫୋନରେ ବି ଭଲ ଭଲ ଫିଚର୍ସ ରହିଛି। ଆଇଫୋନ ଫିଚର୍ସ ଉପରେ ଅଧିକ ବିଶ୍ୱାସ କରାଯାଏ। ସେଫ୍ଟି ଫିଚର୍ସ କାରଣରୁ ଆଇଫୋନ ୟୁଜର୍ସ ଏହାର ଦାମ ଅଧିକ ହେଲେ ମଧ୍ୟ ଏହାକୁ କିଣିଥାନ୍ତି।

ତେବେ ଆଇଫୋନରେ ଏମିତି ଅନେକ ଫିଚର୍ସ ରହିଛି ଯାହା ୟୁଜର୍ସଙ୍କୁ ମଧ୍ୟ ଜଣାନଥାଏ। ଆଜି ଆମେ ସେହିସବୁ ଫିଚର୍ସ ସମ୍ପର୍କରେ କହିବୁ । ଯାହାଦ୍ୱାରା ଆପଣଙ୍କ କାମ ଆହୁରି ସହଜ ହୋଇଯିବ।

ଆପଣ ଚାହିଁଲେ ଏହାର ଆପ୍ସକୁ ହାଇଡ଼ କରିପାରିବେ। ଏଥିପାଇଁ ଆପଣଙ୍କୁ ଆପ୍‌ ର ସେଟିଂକୁ ଯିବାକୁ ହେବ। ପରେ ସ୍କ୍ରିନ ଟାଇମକୁ ଯାଆନ୍ତୁ। ଏଥିରେ କଣ୍ଟେଟ ପ୍ରାଇଭେସି ରେଷ୍ଟ୍ରିକସନକୁ ଯିବାକୁ ହେବ। ଏଥିରେ ଆଲାଓଡ ଆପ୍ସ ମିଳିବ। ଏଥିରେ ଆପଣ ଆପକୁ ହାଇଡ଼ କରିପାରିବେ।

ଫଟୋ ଭିଜିଟ ଇମେଜକୁ ହଟାଇପାରିବେ। ଏଥିପାଇଁ ପ୍ରଥମେ ସେୟାର ବଟନକୁ ପ୍ରେସ କରିବାକୁ ପଡ଼ିବ। ପରେ ରିମୁଭ ଫ୍ରମ ଫିଚର୍ଡ ଫଟୋକୁ ଚୁଜ କରିବାକୁ ହେବ।

ଚାର୍ଜିଂ ସମୟରେ ଆପଣ ଫୋନରେ ଥିବା ଚାର୍ଜିଂ ଆନିମେସନକୁ ସେଟ କରିବାକୁ ହେବ। ଏଥିପାଇଁ ଚାର୍ଜିଂ ସାଉଣ୍ଡ ଆଣ୍ଡ ଇଫେକ୍ଟସ, ଚାର୍ଜିଂ ଆନିମେସନ ଓ ଚାର୍ଜିଂ ସାଉଣ୍ଡ ଭଳି ଅପସନ ମିଳିବ। ଯାହାକି ସମ୍ପୂର୍ଣ୍ଣ ଫ୍ରି ରହିଛି।

ଜାଣିରଖନ୍ତୁ ଯେ ସେଫ୍ଟି କଥା ଧ୍ୟାନକୁ ଦେଲେ ଆଇଫୋନ ହେଉଛି ସବୁଠୁ ବେଷ୍ଟ। ହାକର୍ସ ଏହାକୁ ସହଜରେ ହ୍ୟାକ କରିପାରିବେ ନାହିଁ। ଯଦି ଆପଣ ବି ଏପରି ଫୋନ ଖୋଜୁଛନ୍ତି ଯାହା ଆପଣଙ୍କ ଡାଟାକୁ ସୁରକ୍ଷିତ ରଖିବ ତେବେ ଆଇଫୋନ ହେବ ଭଲ ଅପସନ। ଦୁନିଆ ର ଟପ୍‌ ଲିଡର୍ସ ଠୁ ଆରମ୍ଭ କରି ଫିଲ୍ମ ଷ୍ଟାର ଓ ସାଧାରଣ ଜନତା ଏହାର ବ୍ୟବହାର କରୁଛନ୍ତି। ଏଥିରେ ଆପଣଙ୍କ ସିକ୍ରେଟ ସେଫ୍‌ ହୋଇ ରହିବ।

ଯେତେ ଭଲ ସ୍ମାର୍ଟଫୋନ ବ୍ୟବହାର କରନ୍ତୁ ନା କାହିଁକି ଆଇଫୋନ ରେ ଯେଉଁ କ୍ୟାମେରା ଦିଆଯାଇଛି ସେଥିରେ ଆପଣ ଫଟୋ ସହ ଭଲ ଭିଡ଼ିଓ କ୍ୱାଲିଟି ପାଇପାରିବେ। ଏମିତିରେ ୟ୍ୟୁଟୁବ ଅର୍ଜ ମଧ୍ୟ ଏହାକୁ ବ୍ୟବହାର କରି ଭିଡ଼ିଓ ଅପଲୋଡ କରନ୍ତି। ଯାହାର କ୍ୱାଲିଟି ହାଇ ରହିଥାଏ।

ଶେଷରେ ଯଦି ଆମେ ଫୋନର ଡିଜାଇନ କଥା ଧ୍ୟାନକୁ ନେବା ତେବେ ଆଇଫୋନ ର ଡିଜାଇନ ଅନ୍ୟ ଫୋନ ଅପେକ୍ଷା ଭଲ ରହିଥାଏ। ଏମିତିରେ ମାର୍କେଟକୁ ଆସିବା ମାତ୍ରେ ଏହା ଗ୍ରାହକଙ୍କ ମନ କିଣିନିଏ। ପ୍ରଥମେ ଏହାର ଲୁକ କାରଣରୁ ଲୋକ ଏହାକୁ କିଣିଥାନ୍ତି। ଅନ୍ୟ ସ୍ମାର୍ଟଫୋନ ତୁଳନାରେ ଏହାର ଡିଜାଇନ ୟୁନିକ ହୋଇଥାଏ। ଫୋନ ମଜବୁତ ମଧ୍ୟ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.