ଏପରି କଲେ ସମ୍ପୂର୍ଣ୍ଣ ଦୂର ହେବ ଅର୍ଥ ଅଭାବ

ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଯଦି ଆପଣଙ୍କ ଜୀବନରେ ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି, ତେବେ କେତେକ ସ୍ୱତନ୍ତ୍ର ଉପାୟ କରିବା ଉଚିତ୍‌। ଧନପ୍ରାପ୍ତି ପାଇଁ ନିଶ୍ଚୟ କରନ୍ତୁ ଏହି ୬ଟି କାମ, ଅର୍ଥ ଅଭାବ ଆଉ ରହିବ ନାହିଁ। 

ମାତା ଲକ୍ଷ୍ମୀ ହେଉଛନ୍ତି ଧନ ଦାତ୍ରୀ । ମାତା ଲକ୍ଷ୍ମୀଙ୍କୁ ଧନ ଓ ବୈଭବର ଦେବୀରୂପେ ପୂଜା କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଆର୍ଥକ ସଙ୍କଟକୁ ଦୂର କରିବା ପାଇଁ ଦେବୀ ଲକ୍ଷ୍ମୀଙ୍କ ପୂଜା ଶୁଭ ହୋଇଥାଏ। ମାତା ଲକ୍ଷ୍ମୀଙ୍କ କୃପା ସମସ୍ତେ ପାଇବା ପାଇଁ ଚାହାନ୍ତି । କାରଣ ଧନର ଦେବୀ ମା’ ଲକ୍ଷ୍ମୀ ଯାହା ଉପରେ ପ୍ରସନ୍ନ ହୁଅନ୍ତି ତା’ର ସବୁ ଅସୁବିଧା ଦୂର ହୋଇଥାଏ । ଏଥିପାଇଁ ସମସ୍ତେ ମା’ଙ୍କ ପୂଜା କରିବା ପାଇଁ ବ୍ୟଗ୍ର ଥା’ନ୍ତି ।

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଭଗବାନଙ୍କୁ ସମର୍ପିତ ହୋଇଛି। ଶାସ୍ତ୍ର ମୁତାବକ, ଗୁରୁବାର ଦେବ ଗୁରୁ ବୃହସ୍ପତିଙ୍କ ବାର ଓ ଏହାକୁ ଭଗବାନ ବିଷ୍ଣୁଙ୍କ ଦିନ ମଧ୍ୟ କୁହାଯାଏ। ଗୁରୁବାର ଦିନ ଶ୍ରଦ୍ଧା ଭାବରେ ବ୍ରତ ରଖୁଥିବା ବ୍ୟକ୍ତିଙ୍କର ସବୁ ମନୋକାମନା ପୂରଣ ହୋଇଥାଏ। କୁହାଯାଏ। ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଯଦି ଆପଣଙ୍କ ଜୀବନରେ ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି, ତେବେ କେତେକ ସ୍ୱତନ୍ତ୍ର ଉପାୟ କରିବା ଉଚିତ୍‌। ଆସନ୍ତୁ ଜାଣିବା କି କି କାମ କଲେ ଧନ ଲାଭ ହୋଇଥାଏ…

-କୁବେରଙ୍କୁ ଧନର ଦେବତା ବୋଲି କୁହାଯାଏ। ଯାହା ଉପରେ କୁବେରଙ୍କ କୃପା ରହିଥାଏ, ତାଙ୍କର କେବେ ବି ଧନର ଅଭାବ ହୁଏ ନାହିଁ। ଯଦି ଆପଣ ଧନ ସମ୍ବନ୍ଧୀୟ ସମସ୍ୟା ଭୋଗ କରୁଛନ୍ତି, ତେବେ ପର୍ସରେ ତମ୍ବାର କୁବେର ଯନ୍ତ୍ର କିମ୍ବା ଶ୍ରୀ ଯନ୍ତ୍ର ରଖନ୍ତୁ। ଏହା ବ୍ୟତୀତ କଉଡ଼ି, କେସର କିମ୍ବା ହଳଦୀ ଖଣ୍ଡେ ବି ରଖିପାରନ୍ତି। ଏମିତି କଲେ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ।

-ମାନ୍ୟତା ରହିଛି ଯେ କଦଳୀ ଗଛରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି। ଏହି କାରଣରୁ ଗୁରୁବାର ଦିନ କଦଳୀ ଗଛର ପୂଜା କରାଯାଏ। ଏହା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କୁ ସୁଖ ସମୃଦ୍ଧିର ଆଶୀର୍ବାଦ ଦେଇଥାନ୍ତି।

-ଯଦି ଆପଣଙ୍କ ଜାତକରେ ଗୁରୁଙ୍କ ସ୍ଥିତି ଖରାପ ଚାଲିଛି କିମ୍ବା ବିବାହରେ ବାଧା ଉପୁଜିଛି, ତେବେ ବୃହସ୍ପତି ଦେବଙ୍କ ବ୍ରତ କରିବା ଉଚିତ୍‌। କିନ୍ତୁ ଏହା ପୂର୍ବରୁ କୌଣସି ପଣ୍ଡିତ କିମ୍ବା ଜ୍ୟୋତିଷଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ। ବୃହସ୍ପତି ଦେବଙ୍କ ବ୍ରତ କରିବା ଦ୍ୱାରା ଜାତକରେ ଗୁରୁ ଗ୍ରହ ମଜଭୁତ ହୋଇଥାନ୍ତି।

-ମା ଲକ୍ଷ୍ମୀଙ୍କୁ ନାଲି ବସ୍ତ୍ର ଏବଂ କଉଡି ଅତି ପ୍ରିୟ। ଏଣୁ ମା’ଙ୍କର ପୂଜା କରିବା ସମୟରେ ଏହି ଦୁଇ ବସ୍ତୁର ବ୍ୟବହାର କରନ୍ତୁ। ଏହାଦ୍ବାରା ଘରେ ଧନଧାନ୍ୟର ଅଭାବ ହୋଇନଥାଏ।

-ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ପଦ୍ମ ଫୁଲ ଉପରେ ବିରାଜମାନ ଲକ୍ଷ୍ମୀଙ୍କ ଫଟୋକୁ ଖୁବ ଶୁଭ କୁହାଯାଇଥାଏ। ପୂଜାଘରେ ଏପରି ଫଟୋ ରଖି ପୂଜା ବିଧା ଅବଲମ୍ବନ କରିବା ଦ୍ବାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ।

-ଘରେ ବାହାରେ ମୁରୁଜରେ ସ୍ବସ୍ତିକ ଚିହ୍ନ ବନାନ୍ତୁ। ଏହା କରିବା ଦ୍ବାରା ଘରେ ଲକ୍ଷ୍ମୀଙ୍କର କୃପା ରହିଥାଏ। ଏହା ଦ୍ବାରା ଜୀବନରେ ଆସିଥିବା ବାଧାବିଘ୍ନ ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.