ବାତ୍ୟା ‘ଅମ୍ଫନ’ ପାଇଁ ଓଡ଼ିଶାକୁ କେନ୍ଦ୍ରର ଅତିରିକ୍ତ ୧୨୮ କୋଟି ଟଙ୍କା ସହାୟତା ରାଶି ଘୋଷଣା

ଭୁବନେଶ୍ବର: ବାତ୍ୟା ‘ଅମ୍ଫନ’ ପାଇଁ ଓଡ଼ିଶାକୁ କେନ୍ଦ୍ରର ସହାୟତା । ଓଡ଼ିଶା ସମେତ ୬ ରାଜ୍ୟକୁ କେନ୍ଦ୍ରର ସହାୟତା ଦେଇଛନ୍ତି କେନ୍ଦ୍ର ସରକାର । ଓଡ଼ିଶାକୁ ଅତିରିକ୍ତ ୧୨୮ କୋଟି ଟଙ୍କା ସହାୟତା ମିଳିଛି ।

ଅମିତ ଶାହଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଏହି ଘୋଷଣା ହୋଇଛି । ପଶ୍ଚିମବଙ୍ଗକୁ ୨ ହଜାର ୭୦୭ କୋଟି ସହାୟତା ଦିଆଯାଇଛି । ଅମ୍ଫନ ବାତ୍ୟା ପରେ ମେ’ ୨୨ରେ ପ୍ରଧାନମନ୍ତ୍ରୀ ବାତ୍ୟା ଅଞ୍ଚଳ ପରିଦର୍ଶନ କରିଥିଲେ । ସେହି ସମୟରେ ପଶ୍ଚିମବଙ୍ଗକୁ ୧୦୦୦ କୋଟି ଓ ଓଡ଼ିଶାକୁ ୫୦୦ କୋଟି ଟଙ୍କା ତୁରନ୍ତ ସହାୟତା ଦେଇଥିଲେ । ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରୁ ୨ ଲକ୍ଷ ଟଙ୍କା ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.