ଆଜି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି କେନ୍ଦ୍ର ସରକାରଙ୍କ ଅନ୍ତଃମନ୍ତ୍ରୀସ୍ତରୀୟ ଟିମ୍‌

ବାତ୍ୟା ‘ଫନି’ କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଅନ୍ତଃମନ୍ତ୍ରୀସ୍ତରୀୟ ଟିମ୍‌ । କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ଜଣିଆ ଟିମ ଓଡ଼ିଶା ଆସିଛନ୍ତି । ଏହି ଟିମ୍‌ ଆଜି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି । ଏହା ପୂର୍ବରୁ କେନ୍ଦ୍ରୀୟ ଟିମ୍‌ ଏସ୍‌ଆରସିଙ୍କ ସହ ଆଲୋଚନା କରିଥିଲେ । ଏଥିରେ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଆଲୋଚନା ପରେ ଟିମ୍‌ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛି ।

fani1ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଏହି ଟିମକୁ ୨ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ଟିମରେ ୫ଜଣ ସଦସ୍ୟ ଓ ଆଉ ଗୋଟିଏ ଟିମରେ ୬ ଜଣ ସଦସ୍ୟ ରହିଛନ୍ତି । ‘ଟିମ୍‌-ଏ’ ପୁରୀ ଓ ‘ଟିମ୍‌-ବି’ ଖୋର୍ଦ୍ଧା ଜିଲ୍ଲାରେ କ୍ଷୟକ୍ଷତିର ଆକଳନ କରିବେ । ‘ଟିମ୍‌-ଏ’ରେ ବିବେକ ଭରଦ୍ୱାଜ, କେନ୍ଦ୍ର ଶକ୍ତି ମନ୍ତ୍ରାଳୟର ବିବେକ ଗୋୟଲ, ସରାଦିନ୍ଦୁ ଦାସ, ରାକେଶ କୁମାର ସାମି ଓ ସୁରଜ କୁମାର ପ୍ରଧାନ ରହଛନ୍ତି । ସେହିପରି ‘ଟି-ବି’ରେ ଅଛନ୍ତି ଅଜୟ କୁମାର, ଅମରିଶ ପାଲ ସିଂ, ବିରେନ୍ଦ୍ର ସିଂ, ରାକେଶ କୁମାର, ଏସ୍‌. ଏସ୍‌. ମୋଦି ଓ ଏସ୍‌. କେ. ରଥ । ୫ ତାରିଖ ଯାଏଁ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଆକଳନ କରିବ ଟିମ୍‌ ।

Leave A Reply

Your email address will not be published.