୪ ସଂସଦୀୟ କ୍ଷେତ୍ରରେ ସିଇଓଙ୍କ ସମୀକ୍ଷା, ଖରାରେ ଭୋଟରଙ୍କ ସୁବିଧା ପାଇଁ ବ୍ଯବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ

୪ ସଂସଦୀୟ କ୍ଷେତ୍ରର ସମୀକ୍ଷା କଲେ ସିଇଓ । ରାଜ୍ୟ ମୁଖ୍ଯ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସମ୍ବଲପୁର ଗସ୍ତରେ ଆସି ୪ଟି ଲୋକସଭା ନିର୍ବାଚନମଣ୍ଡଳୀର ସମୀକ୍ଷା କରିଛନ୍ତି l ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ ଓ ବରଗଡ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିଛନ୍ତି । 

ଭୁବନେଶ୍ୱର (କେନ୍ୟୁଜ): ୪ ସଂସଦୀୟ କ୍ଷେତ୍ରର ସମୀକ୍ଷା କଲେ ସିଇଓ । ରାଜ୍ୟ ମୁଖ୍ଯ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସମ୍ବଲପୁର ଗସ୍ତରେ ଆସି ୪ଟି ଲୋକସଭା ନିର୍ବାଚନମଣ୍ଡଳୀର ସମୀକ୍ଷା କରିଛନ୍ତି l ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ ଓ ବରଗଡ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିଛନ୍ତି  । ଏଥିରେ ସମ୍ବଲପୁର, ଦେବଗଡ, ଅନୁଗୁଳ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଓ ଢେଙ୍କାନାଳ ଜିଲ୍ଲାର ୨୮ ଟି ବିଧାନସଭା କ୍ଷେତ୍ର ଉପରେ ଆଲୋଚନା ହୋଇଛି ।  ଏହି ବୈଠକରେ ସମସ୍ତ ଜ଼ିଲ୍ଲାର ଜ଼ିଲ୍ଲାପାଳ ଓ ଏସପି ମାନେ ଉପସ୍ଥିତ ଥିଲେ। ୨୦୨୪ ସାଧାରଣ ନିର୍ବାଚନକୁ କିପରି ଅବାଧ ଓ ନିରପେକ୍ଷ କରାଯିବ ସେନେଇ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତାତିରେ ମତଦାନ ବଡ଼ ଆହ୍ବାନ, ଅଧିକ ଭୋଟିଂ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ସହ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଭୋଟରଙ୍କ ସୁବିଧା ପାଇଁ ବ୍ଯବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିଂ ପର୍ସନାଲ ଓ ମୋବାଇଲ ପାର୍ଟି କିପରି ଅସୁବିଧାର ସମ୍ମୁଖୀନ ନହେବେ ସେନେଇ ଆଲୋଚନା କରିଛନ୍ତି। ଦିବ୍ଯାଙ୍ଗ ଭୋଟର ଓ ସିନିୟର ସିଟିଜେନଙ୍କୁ ଘରୁ ପୋଲିଂ ଷ୍ଟେସନ ଆଣି ଘରକୁ ପହଂଚାଇବା ପର୍ଯ୍ଯନ୍ତ ଗାଡିର ବ୍ଯବସ୍ଥା ହେବ। କେତେକ ଭୋଟର ପୋଷ୍ଟାଲ ବାଲାଟର ସୁବିଧା ନେଇ ପାରିବେ ଓ ତାହା ସୁନିଶ୍ଚିତ କରିବା ପାଇଁ କୁହାଯାଇଛି। ଆଚରଣ ବିଧି ଯେପରି ଉଲ୍ଲଂଘନ ନହୁଏ, ତା ଉପରେ ଜିଲ୍ଲାପାଳ ମାନେ ଧ୍ଯାନ ଦେବେ। ୬୦ରୁ ୭୦ ବୁଥରେ ଓ୍ବେବ କାଷ୍ଟିଂ କରାଯିବ ବୋଲି ସିଇଓ କହିଛନ୍ତି। ବୁଥ କ୍ୟାପରିଂ ଉପରେ ତୀକ୍ଷ୍ଣ ନଜର ରଖାଯିବ। ରାଜ୍ୟର ବିଭିନ୍ନ ସଂସଦୀୟ କ୍ଷେତ୍ର ବୁଲି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

You might also like